ଜିଲ୍ଲା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଂଘର ହଷ୍ଟେଲ ପରିଚାଳନା ନିଷ୍ପତ୍ତି ସମ୍ପର୍କରେ ବୈଠକ (ମେସ ମ୍ୟାନେଜର ପଦବୀ ସୃଷ୍ଟି ନିମନ୍ତେ ସରକାରଙ୍କୁ ଅନୁରୋଧ)

May 14, 2026 - 20:20
 0  16
ଜିଲ୍ଲା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଂଘର ହଷ୍ଟେଲ ପରିଚାଳନା ନିଷ୍ପତ୍ତି ସମ୍ପର୍କରେ ବୈଠକ  (ମେସ ମ୍ୟାନେଜର ପଦବୀ ସୃଷ୍ଟି ନିମନ୍ତେ ସରକାରଙ୍କୁ ଅନୁରୋଧ)

ନବରଙ୍ଗପୁର : ଉମରକୋଟ ନିକଟରେ ଅବସ୍ଥିତ "ଭାସ୍କଲ ଡ୍ୟାମ " ପରିସରରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ହେଉଥିବା ହଷ୍ଟେଲ ପରିଚାଳନା ସମ୍ପର୍କରେ ଉତ୍କଳ କଲ୍ୟାଣ ନବରଙ୍ଗପୁର ଶାଖା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଂଘ ପକ୍ଷରୁ ସଭାପତି ହୃଷୀକେଶ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ , ଶିକ୍ଷୟିତ୍ରୀ ତଥା ଅଧକ୍ଷ, ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ସ୍ଵାଗତ ଭାଷଣ ଦେଇଥିଲେ । ତତ୍ପରେ ବୈଠକ ରେ ହଷ୍ଟେଲ ପରିଚାଳନା ରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ସମ୍ପ୍ରତି ମଙ୍ଗଳ ବିଭାଗରେ ହୋଇଥିବା ଅଘଟଣ ସମ୍ପର୍କରେ ପ୍ରଶାସନିକ ଏବଂ ରାଜନୈତିକ ସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବିନା କାରଣରେ ଦାୟୀ କରାଯାଉଥିବାରୁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହଷ୍ଟେଲ ପରିଚାଳନା କରିବେ ବୋଲି କୌଣସି ସରକାରୀ ଗାଇଡ ଲାଇନ ନ ଥାଇ ତାଙ୍କୁ ଅତିରିକ୍ତ ଭାବେ ହଷ୍ଟେଲ ପରିଚାଳନା ଦାଇତ୍ୱ ଦିଆ ଯାଉଛି ଏବଂ ଯଦି ଦୁର୍ଭାଗ୍ୟ ବଶତଃ କିଛି ଅଘଟଣ ଘଟିଲେ ପ୍ରକୃତ ତଦନ୍ତ ନ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ମାନସିକ ଦୁଶ୍ଚିନ୍ତା ରେ ଜୀବନ ଅତିବାହିତ କରୁଛନ୍ତି ବୋଲି ବୈଠକ ରେ ଆଲେଚନା ହୋଇଥିଲା। ଆନ୍ଧ୍ର ସରକାରଙ୍କ ଢାଞ୍ଚା ଭଳି ଓଡିଶା ରେ ମଧ୍ୟ ମେସ ମ୍ୟାନେଜର ମାଧ୍ୟମରେ ହଷ୍ଟେଲ ପରିଚାଳନା କଲେ ଶିକ୍ଷକ ମାନେ ଛାତ୍ର ଛାତ୍ରୀଙ୍କ ପାଠ ପଢା ପ୍ରତି ଧ୍ୟାନ ଦେଇ ସେମାନଙ୍କ ଭବିଷ୍ୟତ ଉଜ୍ଵଳ କରିବାରେ ସହାୟକ ହୋଇ ପାରିବେ ବୋଲି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡିଶା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ରଥ ମତବ୍ୟକ୍ତ କରିବା ସହ ଏ ସମ୍ପର୍କିତ ସମସ୍ତ ନଥି ପତ୍ର ସରକାରଙ୍କ ନିକଟରେ ପୂର୍ବରୁ ଦାଖଲ ହୋଇସାରିଛି , କେବଳ ସରକାରଙ୍କ ନିଷ୍ପତ୍ତି ଉପରେ ରହିଲା ବୋଲି କହିଥିଲେ । ବୈଠକରେ ଅନ୍ୟତମ ଅତିଥି ଭାବରେ ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା ଯୋଗ ଦେଇ ଯେଉଦିନ ସରକାର ଏଇ ନିଷ୍ପତ୍ତି ନେଇ ଯିବେ ସେହି ଦିନ ଠାରୁ ଓଡିଶାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହଷ୍ଟେଲ ପରିଚାଳାନାରୁ ମୁକ୍ତ ହୋଇ ସେମାନଙ୍କ ସମସ୍ତ ଧ୍ୟାନ ପିଲାଙ୍କ ଭବିଷ୍ୟତ ନିର୍ମାଣରେ ନିଯୋଜିତ କରିବେ ବୋଲି କହିଥିଲେ । ଏଇ ହଷ୍ଟେଲ ପରିଚାଳାନା ସମ୍ପର୍କରେ ଆଲୋଚନା ବ୍ୟତୀତ ଜିଲା ମଙ୍ଗଳ ବିଭାଗରେ ୨୦୨୨ ମସିହା ରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆର.ଏ .ସି.ପି ଏବଂ ଏମ.ଏ.ସି.ପି ନ ହେବା ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ କମ ଦରମା ପାଉଛନ୍ତି ଏବଂ ସରକାରଙ୍କ ଠାରୁ ପାଇବାକୁ ଥିବା ଟଙ୍କା ନ ପାଇବା ଫଳରେ ସୁଧ ହରାଉଛନ୍ତି , ସେହିପରି ନିର୍ଦ୍ଧିଷ୍ଟ ବ୍ୟବଧାନରେ ଡି.ପି.ସି ବସିବା କଥା କିନ୍ତୁ ତାହା ନ ବସିବା ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦୀର୍ଘ ଦିନରୁ ପଦୋନ୍ନତି ହୋଇପାରୁ ନାହିଁ ବୋଲି ଆଲୋଚନା ହୋଇଥିଲା ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି , ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷା ନିରୀକ୍ଷକ ପଦବୀ ଏବଂ ଶିକ୍ଷା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧ୍ଵକ ଶିକ୍ଷକ ପଦବୀ ସୃଷ୍ଟି କରିବା , ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା, ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି ଇତ୍ୟାଦି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବା ନିମନ୍ତେ ବୈଠକ ମାଧ୍ୟମରେ ଅନୁରୋଧ କରାଯାଇଥିଲା । ଜିଲ୍ଲା ପ୍ରଶାସନ ବଦଳି କରିବା ପୂର୍ବରୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଏବଂ ଯାହାର ଚାକିରିରୁ ଅବସର ମାତ୍ର ଦୁଇ ତିନି ବର୍ଷ ବାକି ଅଛି, ସେମାନଙ୍କୁ ଅନ୍ୟତ୍ର ବଦଳି ନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସଭାରେ ସର୍ବସମ୍ମତି କ୍ରମେ ବରିଷ୍ଠ ଅଧିବକ୍ତା ସାମରେଶ ଗନ୍ତାୟତ ଙ୍କୁ ସଂଘର ଆଇନ ପରାମର୍ଶଦାତା ରୂପେ ଦାଇତ୍ଵ ତୁଲାଇବା ପାଇଁ ଅନୁରୋଧ କରାଗଲା । ଏଥିରେ ସେ ନିଜର ସମ୍ମତି ପ୍ରକାଶ କରିବା ସହ ଆଗାମୀ ଦିନରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଯେ କୌଣସି ଆଦେଶ କୁ ଲିଖିତ ଭାବରେ ପ୍ରଦାନ କରିବାକୁ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସଚେତନ କରିଥିଲେ ଯଦ୍ୱାରା ପରବର୍ତୀ ସମୟରେ ଯଦି କୌଣସି ଆଇନଗତ ସମସ୍ୟା ଦେଖା ଦେଲେ ଏଇ ଚିଠି ଗୁଡିକ ସଂଘ ର ସହାୟକ ହେବ ବୋଲି କହିଥିଲେ ।

ଏଣିକି ସଂଘର ଯେ କୌଣସି ସମସ୍ୟା କୁ ସଂଘର ଆଇନ ପରମର୍ଶଦାତା ଶ୍ରୀ ଗନ୍ତାୟତ ଜରିଆରେ ପ୍ରଶାସନିକ ଅଧିକାରୀ ହେଉ କିମ୍ବା ରାଜନୈତିକ ଦଳ ନିକଟରେ ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଗଲା ଏବଂ ଏଥିରେ ଶ୍ରୀ ଗନ୍ତାୟତ ନିଜର ସହମତି ପ୍ରକାଶ କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଏନ. ନାଗେଶ୍ଵର , ରାଜେଶ ନାୟକ, ରାଜ୍ୟ ସଂଘର ନବରଙ୍ଗପୁର ଜିଲା ପ୍ରତିନିଧି ପ୍ରଫୁଲ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକ ଶେଷରେ ସଂଘର ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାରଣା ଧନ୍ୟବାଦ୍ ଅର୍ପଣ କରିବା ସହ ଜିଲ୍ଲାର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ତଥା ଅଧକ୍ଷ, ଅଧ୍ୟାପକ ଏବଂ ଅଧ୍ୟାପିକା ନେଇ ଆଗାମୀ ଦିନରେ ନବରଙ୍ଗପୁର ସଦର ମହକୁମାରେ ଏକ ବଡ ଧରଣର ରେଲି ଆୟୋଜନ କରି ସମସ୍ତ ସମସ୍ୟାକୁ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ ।

Umarkot to Samrat bishwas reporting

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ