ଜିଲ୍ଲା ପ୍ରକୃତିବନ୍ଧୁ ପୁରସ୍କାର-୨୦୨୫ ପାଇଲେ ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର ତୋଫାନ ବାଗ
ନୂଆପଡ଼ା : କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହୀ ଗ୍ରାମର ବାସିନ୍ଦା ତଥା ଆଇନ ଛାତ୍ର ତୋଫାନ ବାଗ ଚଳିତବର୍ଷ ବିଶ୍ୱ ବନ ଦିବସ-୨୦୨୬ ରେ ପ୍ରକୃତିବନ୍ଧୁ ପୁରସ୍କାର-୨୦୨୫ ପାଇଛନ୍ତି । ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର (DLSA) ଅଧିକାର ମିତ୍ର ରୂପେ ସେ ବିଭିନ୍ନ ଜନହିତକର କାର୍ଯ୍ୟ କରିଆସୁଛନ୍ତି। ବିଶେଷ କରି ପରିବେଶ ସୁରକ୍ଷା, ତାଙ୍କ ଗାଁ ଝଗ୍ରାହୀ ଓ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ୨୦୦ରୁ ଉର୍ଦ୍ଧ ବୃକ୍ଷରୋପଣ ଏବଂ ପ୍ଲାଷ୍ଟିକ ବର୍ଜନ ପାଇଁ ସେ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି। ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱବନ ଦିବସ-୨୦୨୬ ରେ ନୂଆପଡ଼ା ଜିଲ୍ଳାପାଳ ମଧୁସୂଦନ ଦାଶ ମୁଖ ଅତିଥି ରୂପେ ଯୋଗଦେଇ ଆଇନ ମିତ୍ର ତୋଫାନ ବାଗ ଙ୍କୁ ମାନପତ୍ର ସହ ୧୦ ହଜାର ଟଙ୍କାର ଅର୍ଥରାଶୀ ପୁରସ୍କାର ରୂପେ ପ୍ରଦାନ କରିଥିଲେ । ଏହି ସମ୍ମାନ ଗ୍ରହଣ କରିବା ପରେ ଶ୍ରୀ ବାଗ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, "ଏହି ପୁରସ୍କାର ମୋର ଦାୟିତ୍ୱକୁ ଆହୁରି ବଢ଼ାଇ ଦେଇଛି। ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପରିବେଶ ସୁରକ୍ଷା ଏବଂ ଜନସେବା କାର୍ଯ୍ୟକୁ ଅଧିକ ନିଷ୍ଠାର ସହ ଜାରି ରଖିବା ପାଇଁ ଏହା ମୋତେ ପ୍ରେରଣା ଯୋଗାଇବ।" ପ୍ରାଧିକରଣର କର୍ମକର୍ତ୍ତା ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0