।। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଖଡ଼ିଆଳ ଥାନା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟକୁ ଘେରାଉ ସହ ଦାବୀପତ୍ର ପ୍ରଦାନ ।।

May 13, 2023 - 19:04
May 13, 2023 - 19:06
 0  29
।। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଖଡ଼ିଆଳ ଥାନା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟକୁ ଘେରାଉ ସହ ଦାବୀପତ୍ର ପ୍ରଦାନ ।।

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଖଡ଼ିଆଳ ଥାନା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରିଥିବା ବେଳେ ଖଡ଼ିଆଳ ଥାନା ଏବଂ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଠାରେ ବିକ୍ଷୋବ କରିଥିଲେ।,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ରେ ଏକ ଦାବୀପତ୍ର ଖଡ଼ିଆଳ ଥାନା ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଧେଶ ରହିଅଛି। ଜାତିୟଣ ଆକ୍ଷେପ ମାମଲାରେ ଅଭିଯୁକ୍ତଙ୍କୁ ପ୍ରଥମ ଗିରଫ କରି ତଦନ୍ତ କରିବା ନିୟମ ରହିଥିବା ବେଳେ ଖଡ଼ିଆଳ ଥାନାରେ ଚାରି ଗୋଟି ମାମଲା ରେ ଏହାର ଉଲଙ୍ଘନ ଅଭିଯୋଗ କରିଥିଲେ। ସେହିପରି ରାଣୀମୁଣ୍ଡା ଠାରୁ ଲିଆଡ଼ କୁ ଏଲ ଡବ୍ଲୁ ଏସ ଅଞ୍ଚଳ ଦେଖାଇ ୬ କୋଟି ୪୦ ଲକ୍ଷ ରୁ ଉର୍ଦ୍ଧ ଅର୍ଥରେ ମଞ୍ଜୁର ହୋଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଉଲଂଘନ ଅଭିଯୋଗ କରିଥିଲେ। ଜିଲ୍ଲାର ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହି ଥୁବା ଜଙ୍ଗଲ ଉପରେ ପ୍ରକଳ୍ପର ପ୍ରଭାବ ଆକଳନ ରିପୋର୍ଟ ନାହିଁ। କଲ୍ୟାଣ ସଂଘ ସମ୍ପାଦକ ବାଳକୃଷ୍ଣ ଶବର ନେତୃତ ରେ।

 ନୂଆପଡ଼ା ଜିଲ୍ଲାରୁ ଅମ ପ୍ରକାଶ ଅଗ୍ରବାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ