ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ

May 3, 2026 - 07:25
 0  21
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଡୁମେରପାଣି ଉଚ୍ଚ ବିଦ୍ୟାଳୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ସାହୁ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ, ମୁଖ୍ୟ ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ସରକାରୀ ଓକିଲ ତ୍ରିଲୋକଚନ୍ଦ ସୋନୀ, ଡୁମେରପାଣି ଗ୍ରାମପଞ୍ଚାୟତ ସରପଞ୍ଚ ଟେକରାମ ସାହୁ, ଶ୍ରମ ବାହିନୀର ସୌମ୍ୟ ରଞ୍ଜନ କୁମାର ଏବଂ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଉପସ୍ଥିତ ବକ୍ତାଗଣ ନାଲସା ଦ୍ଵାରା ପ୍ରଚଳିତ ଅଣସଂଗଠିତ ଶ୍ରମିକଙ୍କ ଆଇନ ସହାୟତା ଯୋଜନା, ନୂତନ ୱେଜ୍ କୋଡ୍ ୨୦୧୯, ନ୍ୟୁନତମ ପାରିଶ୍ରମିକ ଆଇନ, କଳକାରଖାନା ବିବାଦ ଆଇନ, ବନ୍ଧିତ ଶ୍ରମିକ ନିରାକରଣ ଆଇନ, ଶ୍ରମିକ ପରିଚୟ ପତ୍ର, ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଧାରଣା ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭା ପରିଶେଷରେ, ଶ୍ରମ ବିଭାଗ ତରଫରୁ କିଛି ଶ୍ରମିକଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ