ଜିଲା ନୋଡାଲ ଅଫିସର ତଥା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ ଚିତ୍ରକୋଣ୍ଡା ଓ ବଣ୍ଡାଘାଟି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା
ମାଲକାନଗିରି,୫/୧୨/୨୫: ଜିଲା ନୋଡାଲ ଅଫିସର ତଥା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏମ୍ଡି ସିଦ୍ଦିକ୍ ଆଲାମ୍ ମାଲକାନଗିରି ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରିତାକୁ ନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଶ୍ରୀ ଆଲମ୍ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଏକ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ ସାଇ କିରଣ ଓ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରତ୍ୟେକ ଗାଁ ର ଶେଷ ପର୍ଯ୍ୟନ୍ତ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଆଲମ୍ କହିଛନ୍ତି। ଜିଲ୍ଲା ସ୍ତରରେ ରହିଥିବା ସମସ୍ୟା ବିଷୟରେ ଅବଗତ କରାଇବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଦ୍ଵାରା ହିତାଧୀକାରୀ ଉପକୃତ ହୋଇପାରିବେ ବୋଲି ବୈଠକରେ କୁହାଯାଇଛି । କୃଷି ବିଭାଗକୁ ଗୋବିନ୍ଦପାଲ୍ଲୀ କଲେଜ ଠାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଉପରେ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି । ଏହା ଫଳରେ ବିଶେଷ ଭାବେ ଚିତ୍ରକୋଣ୍ଡା, ଖଇରପୁଟ ଅଞ୍ଚଳରୁ ଯୁବ ଉଦ୍ୟୋଗୀ ବାହାରି ପାରିବେ । କୃଷକ ମାନଙ୍କ ସମ୍ପର୍କିତ ଋଣ ବ୍ୟବସ୍ଥା କୁ ସୁବିଧା ରେ ଯୋଗାଇ ଦେବାକୁ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ଙ୍କୁ କୁହାଯାଇଛି । କୃଷି ବିଭାଗକୁ କ୍ଷେତ୍ର ଅଧିକାରୀ କର୍ମଚାରୀ ଙ୍କ ସହ ଅଧିକରୁ ଅଧିକ ସମୀକ୍ଷା ବୈଠକ କରିବା ପାଇଁ କୁହାଯାଇଛି । ଅଚାନକ କ୍ଷେତ୍ର ପରିଦର୍ଶନ କରିବା ପାଇଁ ମଧ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲାରେ ଉଦ୍ୟାନ କୃଷି ରେ ଅଧିକ ଚାହିଦା ରହିଥିବା ଚାଷ କରିବାକୁ କୁହାଯାଇଛି । ସୁଭଦ୍ରା ଯୋଜନା ରେ ପଶୁ ପାଳନ ମାଧ୍ୟମରେ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଶିଶୁ ଉପଯୋଗୀ ହେବା ଦରକାର। ଅପପୁଷ୍ଟି ଶିକାର ହୋଇଥିବା ଶିଶୁ ପ୍ରତି ବିଶେଷ ଗୁରୁତ୍ବ ଦେବାକୁ କୁହାଯାଇଛି । ବିଡିଓ ମାନେ ଅଗ୍ରାଧିକାର ଭିତ୍ତିରେ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ବିକେଏସଏସ ମାଧ୍ୟମରେ ସଚେତନତା କରିବା ପାଇଁ କୁହାଯାଇଛି । ଜିଲ୍ଲାର ଶିକ୍ଷା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗୀକରଣ ବ୍ୟବସ୍ଥା ସହ ନିର୍ମାଣଧିନ ରାସ୍ତା, ହାଇ ଲେଭଲ୍ ବ୍ରିଜ୍, କୋଠାବାଡ଼ି ର ଅଗ୍ରଗତି ସମ୍ପର୍କରେ ମଧ୍ଯ ଶ୍ରୀ ଆଲମ୍ ପଚାରି ବୁଝିଥିଲେ। ଶ୍ରୀ ଆଲାମ ଗତକାଲି କ୍ଷେତ୍ର ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ତଥା ଆବାସିକ ବିଦ୍ୟାଳୟ ଓ ଡାକ୍ତରଖାନା ପରିଦର୍ଶନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ବିଡ଼ିଓ ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0