ଜାନୁଆରୀ 23ରେ ଭଞ୍ଜସେନାର ପ୍ରତିଷ୍ଠା ଦିବସ ଜାନୁୟାରୀ 28ରେ ବାରିପଦାରେ ଆମକୁ ରୋଜଗାର ଦିଅ ରାଲି

Jan 5, 2026 - 17:33
 0  7
ଜାନୁଆରୀ 23ରେ ଭଞ୍ଜସେନାର ପ୍ରତିଷ୍ଠା ଦିବସ  ଜାନୁୟାରୀ 28ରେ ବାରିପଦାରେ ଆମକୁ ରୋଜଗାର ଦିଅ ରାଲି

ବାରିପଦା ତା 4/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୟୁରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ଆସନ୍ତା ଜାନୁଆରୀ ମାସ ୨୩ ତାରିଖ ନେତାଜୀ ସୁବାଷ ବୋଷ ଙ୍କର ଜୟନ୍ତୀରେ ତାର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ, ଏହି ଅବସରରେ ଜାନୁୟାରୀ 23ରେ ସଂଗଠନ ପକ୍ଷରୁ ଜିଲ୍ଲା ତମାମ ସମସ୍ତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ହସ୍ପିଟାଲ ଗୁଡିକରେ ଫଳ ବିସ୍କୁଟ ବଣ୍ଟନ କରାଯିବା ସହିତ ସନ୍ଧ୍ୟାବେଳେ ବାରିପଦାରେ ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଏବଂ ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ତଥା ହସ୍ତତନ୍ତ, ହସ୍ତଶିଳ୍ପ ମାଧ୍ୟମରେ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ବିଷୟବସ୍ତୁ ନେଇ ରିଲସ ପ୍ରତିଯୋଗିତାର ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ସେହିପରି ଜାନୁୟାରୀ 28 ତାରିଖ ଦିନ ଆମକୁ ରୋଜଗାର ଦିଅ ନାରାଦେଇ ବାରିପଦା ମଧୁବନ ସ୍ଥିତ ମାଆ ଭୈରବୀ ମନ୍ଦିର ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଜରିଆରେ ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି. ଏହା ସହିତ ଚଳିତ ବର୍ଷ ଓଡିଶାର ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆମକୁ ରୋଜଗାର ଦିଅ ସ୍ଲୋଗାନ ନେଇ ଏକ ରାଲିର ଆୟୋଜନ କରାଯିବ ବୋଲି କୁହାଯାଇଛି. ଏନେଇ ଆଜି ବାରିପଦା ଭୈରବୀ ମନ୍ଦିର ପ୍ରାଙ୍ଗଣରେ ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ବହୁ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ଯୁବଛାତ୍ର ସଂଗଠକ ମାନେ ସାମିଲ ହୋଇଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ