।। ଜ଼ିଲ୍ଲାରେ ଆତଙ୍କ ଖେଳାଉଛି ମଣିଷ ଖିଆ କଳରାପତରିଆ ବାଘ ।।

Nov 4, 2023 - 19:00
 0  103
।। ଜ଼ିଲ୍ଲାରେ ଆତଙ୍କ ଖେଳାଉଛି ମଣିଷ ଖିଆ କଳରାପତରିଆ ବାଘ ।।

ନୂଆପଡ଼ା - ନୂଆପଡା ଜ଼ିଲ୍ଲା ଧରମବନ୍ଧା ସେକ୍ସନ ସିଲେରିବାହାରା ଗାଁ ରେ ପୁଣି ବାଘର ଆତଙ୍କ ଖେଳିଯାଇଛି l ଗତ କାଲି ଗାଁ ନିକଟ କୁ ଶୌଚ ପାଇଁ ଯାଇଥିବା ବେଳେ ଜଣେ ମହିଳା କୁ ବାଘ ଶିକାର କରିଛି l ଶିକାର ହେଇଥିବା ମୃତ ମହିଳା ଜଣକ ହେଲେ ରାମେଶ୍ୱରି ମାଝି l ଗତକାଲି ସନ୍ଧ୍ୟାରୁ ମହିଳା ଜଣକ ନିଖୋଜ ଥିଲେ ଆଜି ପରିବାର ଲୋକେ ଓ ଗ୍ରାମବାସୀ ଖୋଜିବା ପାଇଁ ଯାଇଥିବା ସମୟରେ ମହିଳାଙ୍କୁ ବାଘ ଖାଉଥିବା ଗ୍ରାମବାସୀ ଦେଖିଥିବାର ଖବର ମିଳିଛି l ଜିଲାରେ ବାଘ ଆତଙ୍କ ଥମିବାର ନାଁ ନେଉନି । ଦିନକୁ ଦିନ ଆତଙ୍କ ଖେଳାଇ ଚାଳିଛି ରକ୍ତମୁଖା କଲରାପତରିଆ ବାଘ । ଗୋଟେ ପରେ ଗୋଟେ ମଣିଷ ହେଉ ବା ଜନ୍ତୁ ଶିକାର କରି ରକ୍ତ ଶୋଷିବାରେ ଲାଗିଛି। ସୋମବାର ଜଣେ ଶିଶୁକୁ ମାରିବା ପରେ ମଙ୍ଗଳବାର ପୁଣି ଏକ ଗାଈକୁ ମାରି ଖାଇଥିବାର ଖବର ସାମ୍ନାକୁ ଆସିଥବାବେଳେ । ଧରମବନ୍ଧା ଥାନା ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗାଁ ଗୌଧସ ପଡାର ଅର୍ଜୁନ ଧରୁଆ ନିଜ ଗାଈଗୋରୁ ଜଙ୍ଗଲକୁ ଚରାଇ ଆଣି ସନ୍ଧ୍ୟାରେ ବାନ୍ଧିଥିଲେ। ସକାଳୁ ଉଠି ଦେଖିଲା ବେଳକୁ ଗୁହାଳରେ ଗୋଟେଗାଈ ନାହିଁ। ଖୋଜାଖୋଜି ପରେ ଘର ବାଡି ପଟେ ଗାଈର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଗାଁରେ ଗୋଟେ ପରେ ଗୋଟେ ଶିକାର ହେଉଥିବାରୁ ଲୋକେ ଆତଙ୍କିତ ହୋଇ ପଡିଲେଣି । ଘର ତାଟି କବାଟ ଦେଇ ଦଳ ଦଳ ହୋଇ ହାତରେ ଠେଙ୍ଗା ବାଡି ଧରି ଜଗି ବସିଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ ଲୋକେ ଚିନ୍ତାରେ ପଡି ଗଲେଣି । ସେହିପରି ଆଜି ନୂଆପଡା ଜ଼ିଲ୍ଲା ଧରମବନ୍ଧା ସେକ୍ସନ ସିଲେରିବାହାରା ଗାଁ ରେ ମହିଳା କୁ ବାଘ କରିଛି ଶିକାର କରିଛି ମୃତ ମହିଳା ଜଣକ ହେଲେ ରାମେଶ୍ୱରି ମାଝି ଭୟରେ ଲୋକେ ନିଜ ଜମିକୁ ଯାଉନାହାନ୍ତି । ଜଙ୍ଗଲରେ ବାଘ ଲୁଚି ରହୁଛି ଆଉ ବାଘ ଗୋଟିଏ ପରେ ଗୋଟିଏ ମଣିଷର ମୁଣ୍ଡ ନେଉଛି ଏହାର ପ୍ରତିକାର ଯଥା ପଦକ୍ଷେପ ନେଉ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଥିବାବେଳେ କ୍ଷୟକ୍ଷତି ହୋଇଥିବା ପରିବାରକୁ ଶୀଘ୍ର ସହାୟତା ରାଶି ପ୍ରଦାନ କରାଯାଉ ଓ ଯଥାଶୀଘ୍ର ବାଘ ଧରି ଅନ୍ୟତ୍ର ନିଆଯାଉ ନ ହେଲେ ଆମେ ସମସ୍ତେ ବାଘ କବଳରୁ ରକ୍ଷା ପାଇବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ