ଜ଼ିଲ୍ଲାପାଳଙ୍କ ସଭାଗୃହରେ ଜ଼ିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ

ନୂଆପଡା : ସ୍ଥାନୀୟ ଜ଼ିଲ୍ଲାପାଳଙ୍କ ସଭାଗୃହରେ ଜ଼ିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲାପାଳ ହେମକାନ୍ତ ସାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ସଶାଙ୍କ ଶେଖର ଶୁକ୍ଲା, ଜ଼ିଲ୍ଲା ପରିବହନ ଅଧିକାରୀ ମାନ୍ନl ସିଂ, ଏମଭିଆଇ ବିଜୟ ଦେହୁରୀ ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ଜ଼ିଲ୍ଲାରେ ଘଟୁଥିବା ଦୁର୍ଘଟଣାର କାରଣ ଏବଂ ନିରାକରଣ ଉପରେ ଆଲୋଚନା କରାଯାଇଥିଲା l ଜ଼ିଲ୍ଲାରେ ବିଶେଷ କରି ବିଜୁ ଏକ୍ସପ୍ରେସ ୱେରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବାରୁ ଜ଼ିଲ୍ଲାପାଳ ପିଡବ୍ଲୁଡି ବିଭାଗକୁ କାରଣ ପଚାରିଥିଲେ l ଆଗାମୀ ଦିନରେ ଯେଭଳି ଦୁର୍ଘଟଣା ନଘଟେ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଧେଶ ଦେଇଥିଲେ l ସେହିପରି ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ସଚେତନତା ଚିହ୍ନ ଦେବାକୁ କହିଥିଲେ l ତେବେ ଗତବର୍ଷ ଜ଼ିଲ୍ଲାରେ 144ଟି ଦୁର୍ଘଟଣା ହୋଇଥିବାବେଳେ 97 ଜଣଙ୍କ ଜୀବନ ଯାଇଥିଲା ସେହିପରି ଚଳିତ ବର୍ଷ ଜୁଲାଇ ମାସ 17 ତାରିଖ ସୁଦ୍ଧା 73ଟି ଦୁର୍ଘଟଣା ହୋଇଥିବାବେଳେ 38 ଜଣଙ୍କ ମୃତ୍ୟୁ ଘଟିଥିଲା l ଗତବର୍ଷ ମୃତ୍ୟୁ ହାର 67 ପ୍ରତିଶତ ରହିଥିବାବେଳେ ଏଥର ବର୍ତମାନସୁଧା 52 ପ୍ରତିସଦ୍ଧ ରହିଛି l ଏହି ଅନୁଷ୍ଠିତ ବୈଠକରେ ଖରିଆର ରୋଡ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ କମଲାସନ ରଥ, ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଚିନ୍ମୟ ଆଚାର୍ଯ୍ୟା, ଅବକାରୀ ଏସଆଇ ହିରାବତୀ ଥାଟି, ଜାତୀୟ ରାଜପଥ ପ୍ରାଧିକରଣ ସହକାରି ଯନ୍ତ୍ରୀ ସପନ ବେହେରା, ସ୍ବେଛାସେବୀ ସଙ୍ଗଠନ କଦମ ର ସମ୍ପାଦିକା ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






