।। ଜ଼ିଲ୍ଲା ବ୍ୟାପୀ ବନ୍ଦ ଡାକରା ଦେଲା କୋଶଳ ସେନା ।।

Nov 18, 2023 - 16:53
 0  32
।। ଜ଼ିଲ୍ଲା ବ୍ୟାପୀ ବନ୍ଦ  ଡାକରା ଦେଲା କୋଶଳ ସେନା ।।

ନୂଆପଡା : ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀନେଇ କୋଶଲସେନାର ପଶ୍ଚିମ ଓଡିଶା ବନ୍ଦ ଡାକରାକୁ ସମର୍ଥନ କରି ନୂଆପଡାରେ ମଧ୍ୟ ବନ୍ଦ ର ଦୃଶ୍ୟ ଦେଖା ଦେଇଛି l ଏହି ବନ୍ଦ ର ପ୍ରବାହରେ ସମସ୍ତ ଦୁକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ କାର୍ଯ୍ୟାଳୟ, ସ୍କୁଲ ,କଲେଜ, ଗାଡିଚଳାଚଳ ସମ୍ପୂର୍ଣ ରୂପେ ଠପ ହୋଇଥିବାବେଳେ ନୂଆପଡା ଜ଼ିଲ୍ଲାର ଵାଣିଜ୍ୟକ ସହର ଖରିଆର ରୋଡରେ ଏହାର କୌଣସି ପ୍ରବାହ ପଡ଼ିନାହିଁ l ଏହି ସହରଟି ଛତିଶଗଡ ସୀମାନ୍ତରେ ଅବସ୍ଥିତ ଥିବାରୁ ଏହାର ପ୍ରବାହ ପଡ଼ି ନାହିଁ l ସହରରେ ଆଜି ଜାନ ବାହାନ ଚଳାଚଳ ସହ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ତଥା ଦୋକାନ ବଜ଼ାର ଖୋଲିଥିବାର ଦେଖାଯାଇଥିଲା କୋଶଲ ସମର୍ଥନକାରୀମାନେ ରାସ୍ତା ଅବରୋଧ କରିବା ସହିତ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀର ନାରା ଦେଇଥିଲେ l ଜରୁରୀକାଳୀନ ସେବାକୁ ବାଦଦେଇ ସମସ୍ତ ଗାଡି ଚଳାଚଳ କୁ ବନ୍ଦ କରିଥିଲେ କୋଶଲସେନା l ଏହି ବନ୍ଦପାଳନରେ ସମସ୍ତ ସଂଗଠନ ଗୁଡିକ ସମର୍ଥନଦେଇ ଶାନ୍ତିଶୃଙ୍ଖଳା ସହିତ ବନ୍ଦ ପାଳନକୁ ସଫଳ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ