।। ଜ଼ିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଜାନୁୟାରୀ ୫ ଶୁକ୍ରବାର ସକାଳ ୬ ଘ.ରୁ ଅପରାହ୍ନ ୨ଘ.ପର୍ଯ୍ୟନ୍ତ ୮ ଘଣ୍ଟିଆ ଜ଼ିଲ୍ଲା ବନ୍ଦ ଡାକରା ।।

Jan 2, 2024 - 19:54
 0  24
।। ଜ଼ିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  ଜାନୁୟାରୀ ୫ ଶୁକ୍ରବାର ସକାଳ ୬ ଘ.ରୁ ଅପରାହ୍ନ ୨ଘ.ପର୍ଯ୍ୟନ୍ତ ୮ ଘଣ୍ଟିଆ ଜ଼ିଲ୍ଲା ବନ୍ଦ ଡାକରା ।।

ନୂଆପଡା :- ନୂଆପଡା ଜ଼ିଲ୍ଲା ଭାରତୀୟ ଜନତା ପାର୍ଟି ନୂଆପଡା ଶଖା ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ହୋମ ସିଂ ମାଝୀ ଏବଂ ବିଜେପି ଜ଼ିଲ୍ଲା ସଭାପତି ସୁବ୍ରତ ଠାକୁର, ତୁଳସ ପଟେଲ, ମନିଜର ଆର୍ଯ୍ୟ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଲୋକଙ୍କ ସ୍ୱାର୍ଥ ପାଇଁ ଜାନୁୟାରୀ ୫ ଶୁକ୍ରବାର ସକାଳ ୬ ଘ.ରୁ ଅପରାହ୍ନ ୨ଘ.ପର୍ଯ୍ୟନ୍ତ ୮ ଘଣ୍ଟିଆ ଜ଼ିଲ୍ଲା ବନ୍ଦ ପାଳନ ପାଇଁ ବିଜେପି ପକ୍ଷରୁ ଡାକରା ଦେଇଛି l ଉକ୍ତ ଦିନରେ ଜାନ-ବାହାନ ବନ୍ଦ- ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ, ରାସ୍ତା ଘାଟ ବନ୍ଦ, ବ୍ୟାଙ୍କ, ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ବନ୍ଦ, ସମସ୍ତ ମଣ୍ଡି ବନ୍ଦ, ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀ ମାରଣ, ଶୋଷଣ ଓ କଷଣ ବିରୁଦ୍ଧ ରେ ସମାଧାନ ପାଇଁ ଦାବୀ ରଖିଛି ବିଜେପି l ଧାନର ଅଭାବୀ ବିକ୍ରୀ ସହ କଟନୀ ଛଟନୀ ବନ୍ଦ ହେବା, ଧାନ କିଣାରେ ଘୋଟାଲା, ଚାଷ କାମ ପାଇଁ ମାଗଣାରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯାଉ l ଭିବିନ୍ନ ମଣ୍ଡିରେ କାର୍ଯ୍ୟରତ ହେମାଲି ମାନଙ୍କ ମଜୁରୀ ବୃଦ୍ଧି କରାଯାଉ । କପା ଓ ମକା ମଣ୍ଡି ଖୋଲି ଚାଷୀ ଙ୍କୁ ଅଭାବୀ ବିକ୍ରି ରୁ ରକ୍ଷା କରାଯାଉ । ସମସ୍ତ ରାସନ କାର୍ଡ ଧାରୀ ଚାଷୀ ଙ୍କୁ ନୂତନ ଡିପ୍ ବୋରୱେଲ ଦରଖାସ୍ତ ରେ ସିକ୍ୟୁରିଟୀ ଜମା ବାବଦ କୁ ୨୦,୦୦୦ ହଜାର ଟଙ୍କା ବଦଳ ରେ ରିହାତି ଦେଇ ୧୦,୦୦୦ ଟଙ୍କା କରାଯାଉ l ଜିଲ୍ଲାର ଅନେକ ସ୍ଥାନରେ ଚାଷୀଙ୍କ ଡିପ ବୋରୱେଲ ଖନନ କରିଥିଲେ ମଧ୍ୟ ଆସନ୍ତା ରବି ଫସଳକୁ ଦୃଷ୍ଟିରେ ରଖି ଯୁଦ୍ଧ କାଲିନ ଭିଭିରେ ବିଦ୍ୟୁତ ସଂଯୋଗ କରାଯାଉ । ବିଦ୍ୟୁତ ସଂଯୋଗ ଓ ପମ୍ପ ସ୍ଥାପନ କାମ ଅଧୁରା ଅଛି ଏବଂ ଅପରଜୋଙ୍କ ପ୍ରକଳ୍ପ ର ଫରେଷ୍ଟ କ୍ଳିଅରେନ୍ସ ସମସ୍ୟା ର ତୁରନ୍ତ ସମାଧାନ କରାଯାଉ । ୨୦୧୭, ୨୦୧୯ ଓ ୨୦୨୧ ମରୁଡ଼ି ର ଫସଳ ବୀମା ଓ ଇନ୍‌ପୁଟ ସବସିଡି ଚାଷୀ ଙ୍କୁ ତୁରନ୍ତ ପ୍ରଦାନ କରାଯାଉ । ଅହେତୁକ ବିଜୁଳୀ ଦର ଦାମ କମ୍ କରାଯାଉ । ମେଗା ଲିଫ୍ଟ ଜରିଆରେ ଲୋୟର ଇନ୍ଦ୍ର ପ୍ରକଳ୍ପ ଓ ଉଭୟ ମୁଖ୍ୟ କେନାଲ ରୁ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ବୋଡେନ, ସିନାପାଲି, ଖଡିଆଳ ଓ କୋମନା ବ୍ଲକ ର ଯଥା ସମ୍ଭବ ଚାଷ ଜମିକୁ ଜଳ ସେଚିତ କାରଯାଉ । ଲୋୟର ଇନ୍ଦ୍ର ପ୍ରକଳ୍ପ ର କ୍ଷତି ଗ୍ରସ୍ତ ଚାଷୀ ଙ୍କ ସମସ୍ୟା ତୁରନ୍ତ ସମାଧାନ କରାଯାଉ । ନୂଆପଡ଼ା ଜିଲ୍ଲାର ଉତ୍ପାଦିତ କୃଷି ଭିତ୍ତିକ ଓ ବନଜାତ ଦ୍ରବ୍ୟର ପକ୍ରିୟା କରଣ ଶିଳ୍ପ ଓ ଶୀତଳ ଭଣ୍ଡାର ସ୍ଥାପନ କରାଯାଉ । ଭୁମିହୀନ ଚାଷୀ ଙ୍କୁ ଚାଷ ଜମି ଓ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ କରାଯାଉ । ଜ଼ିଲ୍ଲା ବିଜେପି ତାର ବନ୍ଦ କୁ ସଫଳ କରିବାକୁ ଦଳମତ ନିର୍ବିଶେଷ ରେ ସମ୍ପୁର୍ଣ ସମର୍ଥନ ସହଯୋଗ ଓ ବିନମ୍ର ନିବେଦନ କରିଛି l ଉକ୍ତ ସାମ୍ବାଦିକ ସମିଳନୀରେ ଜ଼ିଲ୍ଲାର ବରିଷ୍ଠ ବିଜେପି କାର୍ଯ୍ୟ କର୍ତ୍ତା ଉପସ୍ଥ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ