।। ଜଳ, ଜଙ୍ଗଲ, ଜମି ବଞ୍ଚିରହେ ନାରାବାଜିରେ ପାଳିତ ହେଲା :ବିଶ୍ୱ ଆଦିବାସୀ ଦିବସ ।।

Aug 9, 2023 - 15:48
 0  76
।। ଜଳ, ଜଙ୍ଗଲ, ଜମି ବଞ୍ଚିରହେ ନାରାବାଜିରେ ପାଳିତ ହେଲା :ବିଶ୍ୱ ଆଦିବାସୀ ଦିବସ ।।

ଆଦିବାସୀ କହିଲେ ଜଳ, ଜଙ୍ଗଲ, ଜମିକୁ ବୁଝାଏ l ଆଦିବାସୀ ଯେଉଁଠି ଜଙ୍ଗଲ ସେଇଠି l ଯଦି ଆଦିବାସୀ ନାହିଁ ତ ଜଙ୍ଗଲ ନାହିଁ l ଜଳ, ଜଙ୍ଗଲ, ଜମି, ବଞ୍ଚି ରହେ ନାରାରେ ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁଡ଼ା ଗ୍ରାମ ନିକଟ ବକ୍ସାଇଟ ମାଟି ଗୋଦା ଠାରେ ଦେଖିବାକୁ ମିଳିଛି l

ମାଳିପର୍ବତ ସୁରକ୍ଷା ସମିତି ଦ୍ଵାରା ଏହି ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ଆମ ଆଦିବାସୀ ମାନଙ୍କ କଳା ସଂସ୍କୃତି ଏବଂ ଆମ ଜଳ, ଜଙ୍ଗଲ,ଜମି କିଭଳି ବଞ୍ଚି ରହିବ ସେଉପରେ ଗୁରୁତ୍ୱ ଦେଇଥିଲେ l ଆମ ଆଦିବାସୀ ମାନଙ୍କ ପେସା ଆଇନ ଲାଗୁକରାଯାଉ l ଆମ ଆଦିବାସୀ ମାନଙ୍କୁ ଅନ୍ୟାୟ ଅତ୍ୟାଚାର କରାଯାଉଛି ତାହା ବନ୍ଦ କରାଯାଉ l ଜଙ୍ଗଲ ସଂରକ୍ଷଣ ବିଲ 2023କୁ ବାତିଲ କରାଯାଉ l ସରକାରୀ ସ୍କୁଲ ଖୋଲାକରି ବେସରକାରୀ ସ୍କୁଲ ବନ୍ଦ କରାଯିବା ସହିତ ବିଦେଶୀ ମଦ ବନ୍ଦ କରିବାକୁ ଦାବିକରିଥିଲେ l ଜଳ, ଜଙ୍ଗଲ, ଜମିକୁ ଲଢେ଼ଇ କରୁଥିବା ଆଦିବାସୀଙ୍କୁ ମିଥ୍ୟା ମକଦମାରେ ସରକାର ଆରେଷ୍ଟ କରିବା ବନ୍ଦ କରାଯାଉ ବୋଲି ମାଳିପର୍ବତ ସୁରକ୍ଷା ସମିତିର ସଭାପତି ନିଜ ଅବିଭାଷଣ ରଖିଥିଲେ l

ଏବଂ ସେ କହିଥିଲେ ଆମ ଆଦିବାସୀ ମାନଙ୍କୁ ମଣିପୁର ଠାରେ ଯେଉଁଭଳିଆ ଅନ୍ୟାୟ ଅତ୍ୟାଚାର କରାଯାଉଛି ତାକୁ ଘୋର ବିରଦ କରିବା ସହିତ ନିନ୍ଦା କରୁଛୁ ବୋଲି କହିଥିଲେ l ସରକାର ଆମ ଆଦିବାସୀ ମାନଙ୍କ ଜଳ, ଜଙ୍ଗଲ, ଜମିକୁ କମ୍ପାନୀ ହାତରେ ଟେକିଦେଇ ଆମ ଆଦିବାସୀଙ୍କୁ ବିସ୍ଥାପିତ କରୁଅଛି l ଆମେ ସମସ୍ତେ ମିସି ଏହାକୁ ଘୋର ପ୍ରତିବାଦ କରୁଅଛୁ l ଏବଂ ଆଗାମୀ ଦିନରେ ଯଦି କୌଣସି କମ୍ପାନୀ ଆସି ଖଣି ଖୋଲିବାକୁ ଚେଷ୍ଟା କରେ ତେବେ ଜରଜାର ଲଢେ଼ଇ କରାଯିବ ବୋଲି ମାଳିପର୍ବତ ଅଞ୍ଚଳବାସୀଙ୍କ ଦ୍ଵାରା ଚେତାବନୀ ଦିଆଯାଇଥିବା ଦେଖିବାକୁ ମିଳିଛି l

ମାଳିପର୍ବତ ଅଞ୍ଚଳର ସାତଶହରୁ ଉର୍ଦ୍ଧ ଲୋକ ଆସିଥିବାବେଳେ l ମାଳିପର୍ବତ ସୁରକ୍ଷା ସମିତିର ସଭାପତି ଶ୍ରୀ ବିଜୟ ଖିଲ, ସେମିଲିଗୁଡା ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ମହନ ଯାନୀ, ସମାଜ ସେବି ଶ୍ରୀ ଚୈତନ୍ୟ ନନ୍ଦିବାଲି, ସାମ୍ବା ପାଙ୍ଗି, ଉପଦେଷ୍ଟା ଶ୍ରୀ ଦାସୀ ନନ୍ଦିବାଲି,ସୁନାବେଡ଼ା ହାଲ ସଭାପତି ଶ୍ରୀ ତ୍ରିଲଚନ ମୁଦୁଲି, ନିରଞ୍ଜନ ଖିଲ, ଭକ୍ତ ପଟନାୟକ, ଗୋବର୍ଦ୍ଧନ ଖିଲ, ପଦଲାମ ନାୟକ, ଶନ୍ତସ ହନ୍ତାଲଙ୍କ ସହିତ କିଛି ଜଣାଶୁଣା ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l 

(ସେମିଲିଗୁଡ଼ା ରୁ ଦେବେନ୍ଦ୍ର ଖିଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର )

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ