ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ ( ୨୫ ୟୁନିଟ ରକ୍ତ ସଂଗ୍ରହ )
ବାରିପଦା - ତା :- ୦୬/୦୫/୨୦୨୬ ରିଖ ସ୍ଥାନୀୟ ବାରିପଦା ବ୍ଲକ ସମ୍ମିଳନୀ କକ୍ଷରେ ନନ୍ଦଲାଲା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଟ୍ରଷ୍ଟର ପ୍ରତିଷ୍ଠାତା ଶିବ ପ୍ରସାଦ ନନ୍ଦଙ୍କ ଜନ୍ମଦିନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ସେ ନିଜେ ଓ ତାଙ୍କ ଧରମପତ୍ନୀ ଅନୁପମା ନନ୍ଦଙ୍କ ସମେତ ମୋଟ ୨୫ ଜଣ ରକ୍ତଦାନ କରିଥିଲେ I ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ସଭାପତି ଶିବ ପ୍ରସାଦ ନନ୍ଦ, ଉପ ସଭାପତି ହୀରାଲାଲ ଘଣ୍ଟିଆଳ, ସମ୍ପାଦକ ଅନୁପମା ନନ୍ଦ, କୋଷାଧ୍ୟକ୍ଷ ଲିପିଶ୍ରୀ ମହାକୁଡ଼, ସହ ସମ୍ପାଦକ ସୁଧାଂଶୁ ଶେଖର ରଣା ପ୍ରମୁଖ ଉପସ୍ଥିତ ଥିଲେ I ପରବର୍ତ୍ତୀ ସମୟରେ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ପୂର୍ବତନ ଉପ ନଗରପାଳ ଜୀତେନ୍ଦ୍ର ମହାନ୍ତି, ପୂର୍ବତନ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଯୁବ ନେତା କୃଷ୍ଣଚନ୍ଦ୍ର ଦାସ, କାଉନସିଲର ଶିବ ପାତ୍ର, ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ହିମାଂଶୁ ଶେଖର ପ୍ରହରାଜ, ସୁମିତ୍ରା କୁଁଅରବାବୁ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ମେଡିକାଲ ଅଫିସର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ଛବି ମହାନ୍ତ, ଶକୁନ୍ତଳା ମହାନ୍ତ, ସତ୍ୟଜିତ ମହାନ୍ତ, କରୁଣାକର ଜେନା ଓ ସଂସିତା ମହାକୁଡ଼ ରକ୍ତ ସଂଗ୍ରହ କରିଥିଲେ I ତନୁଶ୍ମିତା ଦତ୍ତ, ତାପସ ରଞ୍ଜନ ଜେନା, ଭବାନୀ ଶଙ୍କର ସାହୁ, ପଲଟନ ସିଂହ ଓ ନିହାର ରଞ୍ଜନ ବାରିକ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ଜନ୍ମଦିନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରିଥିବାରୁ ଅତିଥି ମାନେ ଟ୍ରଷ୍ଟର ପଦକ୍ଷେପକୁ ବେଶ ପ୍ରଶଂସା କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0