ଜନ୍ମଦିନ ଅବସରରେ କମ୍ବଳ ବଣ୍ଟନ

Dec 23, 2025 - 22:28
 0  18
ଜନ୍ମଦିନ ଅବସରରେ କମ୍ବଳ  ବଣ୍ଟନ

କୋଲାବିରା, ୨୩ ।୧୨ (ଫାଷ୍ଟ ନ୍ୟୁଜ ଓଡିଶା):ପ୍ରାୟତଃ ଜନ୍ମ ଦିନରେ ପିଲାଏ କେକ କାଟି ନିକଟ ସମ୍ବନ୍ଧୀୟଙ୍କୁ ଡାକି ନିଜର ଜନ୍ମଦିନ ଉଣାଅଧିକେ ସମସ୍ତେ ମଉଜ ମଜଲିସରେ ପାଳନ କରିଥାନ୍ତି । କେହି କେକ କାଟି ଭୋଜି ଭାତ କରିଥାଏ ତ ଆଉ କିଏ ବୃକ୍ଷରୋପଣ କରି ବା ଗରିବଙ୍କୁ ଖାଦ୍ୟ ବଂଟନ କରି ମନାଇଥାନ୍ତି ନିଜର ଜନ୍ମଦିନ ତେବେ କୋଲାବିରା ବ୍ଲକ ଅନ୍ତର୍ଗତ ଗହ୍ମାପାଲି ଗ୍ରାମର ବସନ୍ତ ପଟେଲଙ୍କ ପୌତ୍ରୀ ଅଙ୍କିତା ଆଜକୁ ୨୦ ବର୍ଷ ହେଲା ସେ ପିଲାଟି ଦିନରୁ ନିଜ ଜନ୍ମ ଦିନ ଅବସରରେ ଗରିବ ଅସହାୟ ଲୋକଙ୍କୁ ପୋଷାକ,କମଲ ଆଦି ବଂଟନ କରି ମନାଇଥାନ୍ତି। ଅଙ୍କିତାଙ୍କ ପିତା ଅବସରପ୍ରାପ୍ତ ସେନା କର୍ମଚାରୀ ସମୀର କୁମାର ପଟେଲ ନିଜ କାଯ୍ୟକ୍ଷେତ୍ରରେ କାର୍ଯ୍ୟରତ ରହିଥ‌ିବା ସମୟରେ ମଧ୍ୟ ଯେତେବେଲେ ବା ପରିବାର ସାଙ୍ଗରେ ରହୁଥିବାର ସୁଯୋଗ ପାଉଥିଲେ ସେଠାରେ ମଧ୍ୟ ସେ ଜନ୍ମଦିନ ଅବସରରେ ଅଭାବୀ ଲୋକଙ୍କୁ ସନ୍ଧାନ କରି ଖାଦ୍ୟ,ପୋଷାକ ହେଉ ବା କମ୍ବଳ ବାଂଟୁଥିଲେ । ଜନ୍ମଦିନ ଡିସେମ୍ବର ମାସରେ ପଡୁଥିବାରୁ ଏହି ସମୟରେ ଶୀତ ପ୍ରକୋପ ରହିଥାଏ ତେଣୁ ପ୍ରାୟତଃ କମଲ ବଂଟନ କରିବାର ସୁଯୋଗ ମିଲିଥାଏ । ଏପରି କରିବା ଦ୍ଵାରା ଜନ୍ମ ଦିନରେ ଅଜଥା ଖର୍ଜନକରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ତାଙ୍କୁ ସୁକୁନ ମିଲିଥାଏ ବୋଲି ସେ କୁହନ୍ତି । ଆଜି ମଧ୍ୟ ତାଙ୍କ ଜନ୍ମର କୋଡଏ ବର୍ଷ ପୂର୍ତ୍ତି ଅବସରରେ ଗ୍ରାମରେ ରହିଥିବା ଅଭାବୀ ଲୋକଙ୍କୁ ଖାଦ୍ୟ ଓ କମଲ ବଂଟନ କରି ନିରାଡମ୍ବର ଭାବରେ ଜନ୍ମଦିନ ପାଳନ କରିଛନ୍ତି ।

 କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ( ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ