ଜନଜାତୀ ସୁରକ୍ଷା ମଞ୍ଚର ଏକ ବଡ ପ୍ରସ୍ତାସ, ବାରିପଦା
ମୟୁରଭଞ୍ଜ:-୨୧/୦୮/୨୬ (ଗୌର ଦାସଗିରି)ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଆଜି ସମଗ୍ର ଭାରତବର୍ଷର ଜନଜାତି ବା ମୂଳ ନିବାସୀ କୁହାଯାଉଥିବା ସମାଜର ଅଖଣ୍ଡତା ପରମ୍ପରା ଆଦର୍ଶ ସଂସ୍କୃତି ଓ ନିଜ ଧର୍ମକୁ ସମ୍ମାନ ଦେବା ଏବଂ ବିଦେଶୀ ଧର୍ମ ର ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କର ମିଥ୍ୟା ପ୍ରହସନରେ ନପଡ଼ି ବିଦେଶୀ ଧର୍ମକୁ ନ ଆପେଣେଇ ବାପାଇଁ ଏକ ସଶକ୍ତ ଜନଜାତି ସମାଜ ଗଠନ ପାଇଁ ଏହା ଏକ ପ୍ରୟାସ ବୋଲି ସୁରକ୍ଷା ମଞ୍ଚ ର ସଦସ୍ୟଗଣ ପ୍ରେସ ବିବୃତିରେ କହିଛନ୍ତି। ବହୁ ପ୍ରାଚୀନ କାଳରୁ ଏହି ଜନଜାତି ସମାଜ ଭାରତବର୍ଷରେ ନିଜର ସ୍ୱତନ୍ତ୍ରତା ଆଦର୍ଶ ସଂସ୍କୃତିକୁ ବଜାଇ ରଖି ପ୍ରକୃତିକୁ ସମ୍ମାନ ଜଣାଇ ଦେବତା ବୋଲି ମାନି ପୂଜାପାଠ କରନ୍ତି। ପ୍ରକୃତ ରେ ଦେଖିବାକୁ ଗଲେ ଆମେ ଏହି ଧରା ପୃଷ୍ଟରେ ଥିବା ଗଛ ନଦୀ ପାଣିପବନ ପାହାଡ଼ ପର୍ବତ ଯାହା ଦ୍ଵାରା ଆମେ ଆଜି ବଞ୍ଚିରହିଛୁ ଏବଂ ଏକ ସୁସ୍ଥ ଜୀବନ ବିତାଇ ପାରୁଛୁ ଏ ହିଁ ଆମର ଆରାଧ୍ୟ ଦେବତାବୋଲିଭାବି ଆମେ ପୂଜା କରୁ। ମାତ୍ର ଆଜି ଆମ ସମାଜରେ ଆମର ଧର୍ମ ନାମରେ ମିଥ୍ୟା ଅପପ୍ରଚାର କରି ଆମର ଗରିବ ନିରିହ ଅଶିକ୍ଷିତ ଲୋକଙ୍କୁ ଭୂତେଇ ତାଙ୍କୁ ବିଦେଶି ଧର୍ମ ଆପଣେଇବା ପାଇଁ ପ୍ରୟାସ କରି ବହୁ ଲୋକଙ୍କୁ ତାଙ୍କ ମିଥ୍ୟାଜାଲରେ ଫସେଇ ବିଦେଶି ଧର୍ମ ଆପେଣେଇବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଏହି ଜନଜାତି ମଞ୍ଚ ଦୃଢ ହସ୍ତରେ ନିନ୍ଦା ଓ ବିରୋଧ କରୁଛି। ଆମ ଜନଜାତି ସମାଜର ଯେଉଁମାନେ ଅନ୍ୟ ଧର୍ମ ଅର୍ଥାତ ଇସାହି କିମ୍ଵା ଅନ୍ୟ ଧର୍ମ କୁ ଯାଇଛନ୍ତି ସେମାନଙ୍କୁ ଜନଜାତିର ଆରକ୍ଷଣ ସରକାରି ସୁବିଧାରୁ ହଟା ଯାଉ,ଜନଜାତି ର କୌଣସି ସୁବିଧା ନମିଳୁ ଯାହାକି ଆଟି କିଲ ୩୪୨ ଧାରାରେ ଆମ ସମ୍ବିଧାନରେ ଲେଖାଅଛିଏହା ଲାଗୁ କରିବାପାଇଁ ସରକାରଙ୍କ ପାଖରେ ନିବେଦନଏବଂ ଆମ ଜନଜାତୀସମାଜ ସଚେତନ ହୋଇ ବିଦେଶୀ ଧର୍ମ କୁ ବର୍ଜନ କରି ଆମ ସ୍ବଧର୍ମ ଯାହାର ପବିତ୍ରତା ମହାନତା ସଂସ୍କୃତି ସତ୍ୟତା ଆଦର୍ଶତା ବହୁତ ରହିଛି । ପୁଣି ସେହି ମୂଳ ଧର୍ମକୁ ଫେରିଆସିବା ପାଇଁ ଏବଂ ଧର୍ମ ନାମରେ ଆମ ଲୋକଙ୍କୁ ଭୁଲ ରାସ୍ତାରେ ନେଉଥିବା ଦଲାଲମାନଙ୍କଠାରୁ ଦୂରେଇ ରହିବା ପାଇଁଏହା ଏକ ସୁ ବାର୍ତ୍ତ। ବଡ଼ ପ୍ରୟାସ ବୋଲିଏହି ପ୍ରେସ ବିବୃତିରେ କହିଛନ୍ତି । ଜାଗ ହିନ୍ଦୁଜାଗ ଜାଗସନାତନୀ ଜାଗ ନିଜର ସଧର୍ମ ଅର୍ଥାତ ସାରନା ହିଁ ଆମଜନଜାତି ପାଇଁ ଶାନ୍ତିରେ ବଞ୍ଚିରହିବାର ଏକ ସୁମାର୍ଗ ଏହାହିଁ ଯୁଗେ ଯୁଗେ ସତ୍ୟ ବୋଲି ପ୍ରେସ ବିକୃତିରେ ସଦସ୍ୟଗଣ ମତବ୍ୟକ୍ତ କରିଛନ୍ତି। ଡଃ ରାଜକିଶୋର ହଁସଦା ରାଷ୍ଟ୍ରିୟ ସଂଯୋଜକ,ଡଃ ଚନ୍ଦନ ମୁର୍ମୁ (ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ)ରାଜ୍ୟଆବାହକ, ଶ୍ରୀଯୁକ୍ତ ଫକୀରା ସିଂ, ଜିଲ୍ଲା ସଂଯୋଜକ,ଶ୍ରୀଯୁକ୍ତ ଭୀମ ଚରଣ ମାଝି, ରାଜ୍ୟ ଉପସଭାପତି ଜନଜାତୀ ପୁରକ୍ଷା ମଞ୍ଚ, ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0