ଛତିଶଗଡ଼ ରାଜ୍ୟ ବିଜେପି ମହିଳା ମୋର୍ଚା ଅଧ୍ୟକ୍ଷା ହରସିଲା ରୁପାଲୀ ଶର୍ମାଙ୍କ ମାରାଥନ ପ୍ରଚାର

May 20, 2024 - 16:01
 0  13
ଛତିଶଗଡ଼ ରାଜ୍ୟ ବିଜେପି ମହିଳା ମୋର୍ଚା ଅଧ୍ୟକ୍ଷା  ହରସିଲା ରୁପାଲୀ ଶର୍ମାଙ୍କ ମାରାଥନ ପ୍ରଚାର

କଣ୍ଟାବାଞ୍ଜି : ବଲାଙ୍ଗୀର ଜ଼ିଲ୍ଲା କଣ୍ଟାବାଞ୍ଜି ନିର୍ଵାଚନମଣ୍ଡଳୀରେ ବିଜେପି ତାର ପ୍ରଚାରକୁ ଜୋରଦାର କରିଛି l ଓଡ଼ିଶାରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଛତିଶଗଡ଼ ରାଜ୍ୟ ବିଜେପି ମହିଳା ମୋର୍ଚା ଅଧ୍ୟକ୍ଷା ହରସିଲା ରୁପାଲୀ ଶର୍ମା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ମାରବାଡି ମହିଳା ମଞ୍ଚ, ପ୍ରଗତି ଶାଖା, ଗୁଜୁରାତି ସମାଜ ମହିଳା ମଣ୍ଡଳ, ଏବଂ ବ୍ରାହ୍ମଣ ସମାଜର ମହିଳା ଓ ଭଉଣୀ ମାନଙ୍କୁ ଭିଭିନ୍ନ ସ୍ଥାନରେ ସଭା ସମିତି ମାଧ୍ୟମରେ ମହିଳା ସଶକ୍ତିକରଣ ତଥା ବିକଶିତ ଭାରତରେ ମହିଳା ମାନଙ୍କ ବିକାଶ ଓ ଭୂମିକା କିପରି ହେବ ତାହା ବିଷୟରେ ଚର୍ଚାହୋଇଥିବାବେଳେ ବର୍ତମାନ ଦେଶରେ ଚାଲିଥିବା ବିଜେପି ସରକାରଙ୍କ ଯୋଜନା ଏବଂ ମୋଦିଙ୍କ ଦୂରଦୂର୍ଷିତା ଏବଂ ନୀତି ନିୟମ ଉପରେ ଜୋର ଦିଆଯାଇଥିଲା l ଏହି ପରିର୍ପ୍ରେକ୍ଷୀରେ ଶ୍ରୀମତୀ ହରସିଲା ରୁପାଲୀ ଶର୍ମା କଣ୍ଟାବାଞ୍ଜି ଭିଧାନସଭାର ଭିଭିନ୍ନ ଗାଁ କୁ ଗାଁ ଯାଇ ମାରାଥନ ପ୍ରଚାର କରିଥିଲେ l ଗାଁ ମାନଙ୍କରେ ବସବାସ କରୁଥିବା ମହିଳା ଓ ଭଉଣୀ ମାନଙ୍କୁ ବିଜେପିର ବଲାଙ୍ଗୀର ଲୋକସଭା ପ୍ରାର୍ଥୀନୀ ସଂଗୀତା ସିଂହ ଦେଓ ଏବଂ କଣ୍ଟାବାଞ୍ଜି କ୍ଷେତ୍ରର ବିଧାୟକ ପାର୍ଥୀ ଲକ୍ଷ୍ମଣ ବାଗଙ୍କ ସପକ୍ଷରେ ମହିଳା ଓ ପୁରୁଷ ମାନଙ୍କୁ ଭୋଟ ଭିକ୍ଷା କରିଥିଲେ l ବିଜେପି ହିଁ ଏକ ମାତ୍ର ବିକଳ୍ପ କଣ୍ଟାବାଞ୍ଜି କୁ ଏକ ବିକଶିତ ସହରରେ ପରିଣତ କରିବା ସହ ସମସ୍ତ ମୌଳିକ ସମସ୍ୟାର ସମାଧାନ ହେବ ବୋଲି ଶ୍ରୀମତୀ ଶର୍ମା ମହିଳମାଙ୍କୁ କହିଥିଲେ l ଶ୍ରୀମତୀ ଶର୍ମା ବିଜେପି କର୍ମୀ ଓ କର୍ମକର୍ତ୍ତା ତଥା ମହିଳା ଗୋଷ୍ଟି ମାନଙ୍କୁ ଉତ୍ସାହିତ କରିବା ସହିତ କଣ୍ଟାବାଞ୍ଜି ସହରରେ ଘରକୁ ଘର ଯାଇ ଶ୍ରୀମତୀ ହରସିଲା ପ୍ରଚାର କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଂକଳ୍ପ ସଭାଗୁଡ଼ିକରେ ଯୋଗଦାନ କରି ବିଜେପି ସପକ୍ଷରେ ମହିଳା ମାନଙ୍କୁ ଭୋଟ ଭିକ୍ଷା କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ