।। ଚାଷ ଓ ଚାଷୀ ଙ୍କୁ ନେଇ ମିଳିତ ବାୟର ସେଲର ମିଟ କାର୍ଯ୍ୟକ୍ରମ ଅନୁଷ୍ଟିତ ।।

Jan 21, 2024 - 17:26
 0  31
।। ଚାଷ ଓ ଚାଷୀ ଙ୍କୁ ନେଇ ମିଳିତ ବାୟର ସେଲର ମିଟ କାର୍ଯ୍ୟକ୍ରମ ଅନୁଷ୍ଟିତ ।।

ବଲାଙ୍ଗୀର/ଟିଟିଲାଗଡ, ତା୨୧-୦୧: ଶନିବାର ଟିଟିଲାଗଡ ସ୍ଥିତ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ଠାରେ ଓର୍ମାସ୍, ଆଶା ଏବଂ ଜାଡେନ ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ର ମିଳିତ ବାୟର ସେଲର ମିଟ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସଇଁତଲା, ମୁରିବହାଲ ବ୍ଲକ ର ପ୍ରୋଡ଼୍ୟୁସର ଗ୍ରୁପ, ସ୍ଵଂୟ ସହାୟକ୍ ଦଳ ତଥା ଟିଟିଲାଗଡ଼ ଫାର୍ମର ଉତ୍ପାଦକ କମ୍ପାନୀ, ସମ୍ବଳସକ୍ତି ଉତ୍ପାଦକ କମ୍ପାନୀ, କୃଷକ ଉନ୍ନୟନ ଉତ୍ପାଦକ କର୍ମକର୍ତ୍ତା ଙ୍କୁ ନେଇ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯକ୍ରମ ର ମୁଖ୍ୟ ଅତିଥି ଓର୍ମାଷ ର ଜୟେଣ୍ଟ ସିଇଓ, କମଳେନ୍ଦୁ ପାଲ , ସମ୍ମାନିତ ଅତିଥି ଭାବେ ଓର୍ମାଶ ବିଜନେସ ମ୍ୟାନେଜର ବିଭୂତି ଭୂଷଣ ମିଶ୍ର,ଉଦ୍ୟାନ ଉପ ନିର୍ଦ୍ଦେଶକ ମନବୋଧ ମାଝୀ,ଓଲଏମବି ଏଲ ସି ବିକାଶ ସାହୁ, କୃଷି ଉପନର୍ଦ୍ଦେଶକ ,ବ୍ଲକ୍ କୃଷି ଅଧିକାରୀ ହିତିକ ରୟେ, ଆଶା ସଂପାଦକ ସଞ୍ଜୀବ ପଟ୍ଟନାୟକ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ଦେଶ୍ୟ ବିଶୟରେ ପ୍ରକାଶ କରିଥିଲେ। ଚାଷୀ ଉତ୍ପାଦକ କମ୍ପାନୀ ନିଜର ଉତ୍ପାଦିତ ଦ୍ରବ୍ୟ କିପରି ଭାବେ କ୍ରେତା ବିକ୍ରେତା ଜରିଆରେ ବିକ୍ରି କରି ସଠିକ୍ ମୂଲ୍ୟ ପାଇ ଲାଭବାନ ହୋଇପାରିବେ ଏବଂ ଉତ୍ପାଦିତ ଦ୍ରବ୍ଯ ଗ୍ରେଡିଂ ସୋର୍ଟଙ୍ଗ କରି ବୀକ୍ରି କଲେ ଆହୁରି ଅଧିକ ଲାଭବାନ ହୋଇପାରିବେ ପ୍ରକାଶ ପାଇଥିଲା । ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ନିଜ ବିଭାଗ ର ଯୋଜନା ଗୁଡ଼ିକ ବିଷୟ ରେ ଅବଗତ କରିଥିଲେ। ଉକ୍ତ କାର୍ଯକ୍ରମ ରେ କ୍ରେତା ଓ ବିକ୍ରେତା କାଲିନ୍ଦ୍ରି ରଣା, ମାୟାଧର ଗଡତ୍ୟା, ସମ୍ଭୁ ପ୍ରସାଦ ବେନିଆ, ନୀଳାମ୍ବର ଟାଣି, ଅଞ୍ଚଳ ର ଉତ୍ପାଦିତ ଦ୍ରବ୍ଯ କୁ ସଠିକ ମୂଲ୍ୟ ରେ କିଣା,ବିକା ନେଇ ମତ ପ୍ରକାଶ କରିଥିଲେ । ଆୟୋଜିତ କାର୍ଯକ୍ରମ ରେ ଆଶା ଅନୁଷ୍ଠାନ ର କର୍ମକର୍ତ୍ତା ଜିପ୍ତ ନାଗ, ପିତମ୍ଭାର କୁମ୍ଭାର, ବିରାଜ ରଣା, ଗୋଲାପ ନାୟକ, ଲକ୍ଷ୍ମୀ ସାହୁ, ପାୟଲ, ମାନସ ପଟ୍ଟନାୟକ, ସରୋଜ ସାହୁ, ଅରବିନ୍ଦ, ଦାମୋଦର, ନୀଳାମ୍ବର ଟାଣି, ପ୍ରମୁଖ ସଂସ୍ଥା ର ଶ୍ରୀ ପରମେଶ୍ବର ରଣା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ