।। ଘାଟିରେ ହଠାତ୍ ପଛକୁ ଗଡିଲା ବସ୍ ୭ଜଣ ଆହତ ।।

Mar 30, 2023 - 18:55
Mar 30, 2023 - 19:54
 0  256
।। ଘାଟିରେ ହଠାତ୍ ପଛକୁ ଗଡିଲା ବସ୍ ୭ଜଣ ଆହତ ।।

 ତାଣ୍ଡିଗୁଡା ଗାଁରେ ଏକ ଭୋଜି ଆୟୋଜନ ହୋଇଥିଲା । ଏଥିରେ ଭାଗ ନେବା ପାଇଁ କନ୍ୟା ଘରରୁ ପ୍ରାୟ ୬୦ ଜଣ ଗଞ୍ଜମ ଜିଲ୍ଲା ପୋଡାମାରୀରୁ ଏକ ଘୋରଇ ବସ ରେ ଆସୁଥିଲେ । ଭୋଜିଖାଇ ସାରିବା ପରେ ସେମାନେ ଘରକୁ ଫେରୁଥିଲେ । ପୁଅ ଘରୁ ଭୋଜି ଖାଇ ଫେରୁଥିଲେ ପ୍ରାୟ ୬୦ ଜଣ କନିଆଁ ଘର ଲୋକ। ବେଶ୍ ହସଖୁସିରେ ସମସ୍ତେ ବସ୍‌ ଭିତରେ ବସିଥିଲେ। ବସ୍‌ଟି ଘାଟି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ପଛକୁ ଗଡିଥିଲା। ପ୍ରଥମେ କେହି କିଛି ବୁଝିପାରିନଥିଲେ। ପରେ କିଏ ଜଣେ କହିଲେ ବ୍ରେକ୍‌ଫେଲ୍‌ ହୋଇଛି। ବାସ୍‌ ତା’ପରେ ସମସ୍ତେ ଚିତ୍କାର କରିଥିଲେ। ସୌଭାଗ୍ୟକୁ ବସ୍‌ଟି ପଛେଇ ପଛେଇ ଆସି ରାସ୍ତା ପାର୍ଶ୍ୱ ପାହାଡରେ ପିଟି ହୋଇଯାଇଥିଲା। ସେଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ୭ ଜଣ ଆହତ ହୋଇଛନ୍ତି। କନ୍ୟା ଘରରୁ ପ୍ରାୟ ୬୦ ଜଣ ଗଞ୍ଜାମ ଜିଲ୍ଲା ପୋଡ଼ାମାରୀରୁ ଏକ ପ୍ରାଇଭେଟ୍‌ ବସରେ ଆସିଥିଲେ। ଭୋଜି ଖାଇ ସାରିବା ପରେ ସେମାନେ ଘରକୁ ଫେରୁଥିଲେ। ତେବେ ଘୋଡାଶାଳ ଘାଟିରେ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବସ୍‌ଟି ବ୍ରେକ୍‌ ଫେଲ୍‌ ହୋଇ ଘାଟିର ପଛକୁ ଫେରିଥିଲା। ଫଳରେ ବସ୍‌ଟି ପାହାଡ଼ରେ ପିଟି ହୋଇଯାଇଥିଲା।ଆସନ୍ନ ମୃତ୍ୟୁ ମୁଖରୁ ସମସ୍ତେ ବର୍ତ୍ତି ଯାଇଥିଲେ ସୁଦ୍ଧା ୭ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆର. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସୁନା ମଣ୍ଡଳ ଓ ପ୍ରମିକା ଶବରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଛି। ଚିକିତ୍ସା ପରେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣପଡ଼ିଛି। ସମସ୍ତ ଯାତ୍ରୀମାନେ ପୋଡାମାରି ନିକଟସ୍ଥ ଝରଣ ଗାଁର ବୋଲି ଜଣାପଡ଼ିଛି।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ