।। ଘରେ ଘରେ କଂଗ୍ରେସ ଘରେ ଘରେ ହାତର ସନ୍ଦେଶ ନେଇ ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ।।

Oct 29, 2023 - 21:11
 0  177
।। ଘରେ ଘରେ କଂଗ୍ରେସ ଘରେ ଘରେ ହାତର ସନ୍ଦେଶ ନେଇ  ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ।।

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିଷମଗିରୀ ଗ୍ରାମ ଠାରୁ ଡୁମେରପଦର ଗ୍ରାମ ପର୍ଯ୍ୟନ୍ତ ବ୍ଳକ କଂଗ୍ରେସ ଦଳର ଏକ ପଦଯାତ୍ରାରେ ବାହାରି ଡୁମେରପଦର ଗ୍ରାମକୁ ପହଞ୍ଚି ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଜଳନ୍ଧର ନାଏକଙ୍କ ଅଧ୍ଯକ୍ଷତାରେ ଏକ ସଭା କାର୍ଯ୍ଯ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଭାରତ ଭୂଷଣ ବେମାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଦ୍ରୌପଦୀ ମାଝୀ, ମୂରଳୀଧର ନାଏକ, ପରମାନନ୍ଦ ମାଝୀ, ଚାଞ୍ଚେର ମାଝୀ, ତ୍ରିଲୋଚନ ପାଣିଗ୍ରାହୀ, ମର୍ଜିନା ପ୍ରଧାନ, ଜ୍ଯୋତିର୍ମୟୀ ବାଗ, ଚାରୁଲତା ପାତ୍ର, ମହମ୍ମଦ ସାହେବ୍ ପ୍ରମୁଖ ଯୋଗଦେଇ ବିଜେଡି ବିଜେପି ପ୍ରତିଶ୍ରୁତି ଓଡିଶାର ଦୁର୍ଗତି ବୋଲି କହିବା ସହିତ ଆପଣ ମାନେ ଏହାର ବିଚାର କରନ୍ତୁ ଏହି ସନ୍ଦେସ ନେଇ ଲୋକ ମାନଙ୍କ ଘର କୁ ଘର ପହଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ କରିଛି ଏବଂ ବିଜେପି ଓ ବିଜେଡିର ବିଭିନ୍ନ ପ୍ରକାରର କାର୍ଯ୍ଯକଳାପ ଉପରେ ଅସନ୍ତୋଷ ପ୍ରକାଶ କରି ବିରୋଧ କରାଯାଇ ବ୍ଳକ କଂଗ୍ରେସ ପକ୍ଷରୁ ଏହି ପଦଯାତ୍ରା କରାଯାଇଛି ବୋଲି ମଞ୍ଚାସୀନ ଅତିଥି ମାନେ ନିଜ ନିଜ ବକ୍ତବ୍ଯ ରଖିଥିଲେ। ଏହି ପଦଯାତ୍ରା ରେ ହଜାର ହଜାର ବ୍ଳକ କଂଗ୍ରେସର ବରିଷ୍ଠ ନେତା, ପୁରଷ କର୍ମୀ ଓ ମହିଳା ସଭ୍ଯା ମାନେ ସାମିଲ ହୋଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ଏଥିରେ ଥୁଆମୂଳ ରାମପୁର ବ୍ଳକର ବିଜେପି ଓ ବିଜେଡି ଉଭୟ ଦଳର ୨୪ ରୁ ଅଧିକ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ