ଗୌରବମୟ ସଫଳତା: ଉଚ୍ଚମାଧ୍ୟମିକ ପରୀକ୍ଷା ୨୦୨୬ରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉତ୍କର୍ଷ

May 21, 2026 - 20:52
 0  41
ଗୌରବମୟ ସଫଳତା: ଉଚ୍ଚମାଧ୍ୟମିକ ପରୀକ୍ଷା ୨୦୨୬ରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉତ୍କର୍ଷ

ଚଳିତ ବର୍ଷ ବିଦ୍ୟାଳୟରେ ମୋଟ ୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୧୬୭ ପରୀକ୍ଷାର୍ଥୀ ମଧ୍ୟରୁ ୯୦%ରୁ ଅଧିକ ୮ ଜଣ ଓ ୮୦% ରୁ ଅଧିକ-୩୨ ଜଣ ଅଛନ୍ତି । କଳା ରେ ୪୧ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୯୦% ରୁ ଅଧିକ ୧ ଜଣ ଓ ୮୦% ରୁ ଅଧିକ ୭ ଜଣ ଅଛନ୍ତି ଓ ବାଣିଜ୍ୟରେ ୨୪ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୯୦% ରୁ ଅଧିକ ୩ ଜଣ ଓ ୮୦% ରୁ ଅଧିକ ନମ୍ବର ୭ ଜଣ ରଖି କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନ ରେ ବିକାଶ କୁମାର ମୁର୍ମୁ (୯୪)(ଦଶମ-୭୭.୮) , ଆୟୁସ୍ମିତା ସି (୯୩.୮) (ଦଶମ-୮୨.୧୭)ଓ ଧୀରଜ ନାରାୟଣ ମଣ୍ଡଳ(୯୩.୮)(ଦଶମ-୭୩.୩୩) ଓ ଶିବାନୀ ମଣ୍ଡଳ (୯୩.୩) (ଦଶମ-୭୫.୫୦)ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟ ରେ ଡୋଲୀସ୍ମିତା ମହାନ୍ତ(୯୨.୩)ପ୍ରତିଶତ(ଦଶମ-୫୮.୨୦), ସ୍ଵାତି ସୋରେନ(୯୧) (ଦଶମ-୫୭)ଓ ଆକାଶ ଖଣ୍ଡାଙ୍କେଲ (୯୦.୮) (ଦଶମ-୫୫.୧୭)ପ୍ରତିଶତ ନମ୍ବର ରଖ୍ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓ କଳା ରେ ସେହନାଜ ପରବିନ(୯୩)(ଦଶମ-୫୪), ସତ୍ୟଜିତ ବିଶୋଇ(୮୮) (ଦଶମ-୫୮.୫୦)ଓ ଲୁଖୀରାମ ମୁର୍ମୁ (୮୬.୭) (ଦଶମ-୪୦.୬୭)ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନୁଷ୍ଠାନର ପ୍ରୟାସ ଏବଂ ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଦଶମ ଶ୍ରେଣୀରେ ରଖିଥିବା ମାର୍କ ଠାରୁ ବହୁତ ଅଧିକ ମାର୍କ ରଖି ଛାତ୍ରଛାତ୍ରୀ ମାନେ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ପୂର୍ଣ ଚନ୍ଦ୍ର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସଭାପତି ଇଂ ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଅଧକ୍ଷା ଅଙ୍କିତା ବାରିକ, ବିଜ୍ଞାନ ଓ କଳା ମୁଖ୍ୟ ଡ. ଆଦର୍ଶ ଶତପ‌ଥୀ ଓ ବାଣିଜ୍ୟ ମୁଖ୍ୟ ରମାକାନ୍ତ ପାତ୍ର ପ୍ରମୁଖ ଅନୁଷ୍ଠାନର ସମସ୍ତ ଅଧ୍ୟାପକଅଧ୍ୟାପିକା ଏବଂ ଅଭିଭାବକଙ୍କୁ କୃତଜ୍ଞତା ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତ। ଏହି ଶିକ୍ଷାନୁଷ୍ଠାନ ଉତ୍ତର ଓଡ଼ିଶାର ଏକ ନିଆରା ସଫଳଶିକ୍ଷାନୁଷ୍ଠାନ ।ଅଧୁନିକତାର ବ୍ୟବସ୍ଥା ଭିତରେ ଗୁରୁକୂଳ ପରିବେଶରେ ଉଚ୍ଚଶିକ୍ଷିତ ଅଭିଜ୍ଞ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଗୁଣାତ୍ମକ ଶିକ୍ଷାଦାନ ସହିତ ନିଷ୍ଠା ପରତା ଦୃଢତା କଠିଣ ପରିଶ୍ରମ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ସଫଳତା ଆଣିଦେଇଚି । ଏଠାରେ ୪୦ % ରୁ ୬୦% ମଧ୍ୟରେ ମାଧ୍ଯମିକ ପରିକ୍ଷାରେ ମାର୍କ ରଖି ଆସିଥିବା ଛାତ୍ରଛାତ୍ରୀମାନଙ୍କର ୮୦%ରୁ ୯୫% ମାର୍କ ରଖି +୨ ବିଜ୍ଞାନ ଓ +୨ କଳା ଓ ବାଣିଜ୍ୟରେ ସଫଳତା ଆଣିବା ଏ ହେଉଛି ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ପରିଚିତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 2
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ