ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ଛାତ୍ରଛାତ୍ରୀ ମାର୍ଗଦର୍ଶନ ଓ ସମ୍ବିଧାନ ଦିବସ ପାଳନ

Nov 26, 2023 - 20:42
 0  16
ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ଛାତ୍ରଛାତ୍ରୀ ମାର୍ଗଦର୍ଶନ ଓ ସମ୍ବିଧାନ ଦିବସ ପାଳନ

ନୂଆପଡ଼ା: ରବିବାର ଦିନ ନୂଆପଡ଼ା ଜିଲ୍ଲା ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ଗୋ.ଧ.ସ.ସ.ସ.ଓଡିଶା ଓ ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ ନୂଆପଡ଼ା ଙ୍କ ଆନୁକୂଲ୍ୟରେ ହାରାହାରି ୯୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଅଭିସଂସ୍କରଣ (ମାର୍ଗଦର୍ଶକ) କାର୍ଯ୍ୟକ୍ରମ ଓ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ କୌଶଲ୍ୟା ମାଝି (ADWO, ନୂଆପଡ଼ା )ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଏବଂ ସମ୍ବିଧାନ ର ବିଭିନ୍ନ ଅନୁଚ୍ଛେଦ ଉପରେ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟାନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ସମାଜ ର ଗର୍ବ ଓ ଗୌରବ ମୁଖ୍ୟ ମାର୍ଗଦର୍ଶକ ଶ୍ରୀଯୁକ୍ତ ମଦନ ସିଂ ମାଝୀ (Asst. Professor, College of Teachers Education, Bolangir ) ସ୍ୱତନ୍ତ୍ର ଭାବରେ ଛାତ୍ରଛାତ୍ରୀ ଙ୍କୁ ପିଜି, ପି. ଏଚ. ଡ଼ି, ଅଧ୍ୟାପକ, ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମାର୍ଗଦର୍ଶନ ଦେଇଥିଲେ l ତିରୁ. ବଜରଙ୍ଗ ମାଝୀ ଟ୍ରଷ୍ଟ ର ସଭାପତି ଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମନ୍ତେ ପ୍ରାଞ୍ଜଳ ଭାବରେ ମାର୍ଗଦର୍ଶନ ଦେଇ ଅନେକ ସଫଳତା ବ୍ୟକ୍ତି ଙ୍କ ଜୀବନର ସଂଘର୍ଷ କାହାଣୀ ମୁଖାରବିନ୍ଦୁ କରିଥିଲେ ଓ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରି ନିଜର ସ୍ବପ୍ନ କୁ ସଫଳ କରିବା ପାଇଁ ମୂଳ ମନ୍ତ୍ର ଦେଇଥିଲେ l ସମାଜ ର ଦାରିଦ୍ର୍ୟତା, ନିରକ୍ଷରତା ଓ ଉନ୍ନତି ରେ ଶିକ୍ଷା ହେଉଛି ଏକ ମାତ୍ର ମାଧ୍ୟମ ଯାହାକୁ ଆଧାର କରି ଆଜିର ଯୁବ ଗୋଷ୍ଠୀ ନିଜ ଜୀବନରେ ସଫଳ ବା ନିଜ ନିଜ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିବେ ଏହା ଥିଲା ଯୁବ ଗୋଷ୍ଠୀ ଙ୍କ ପ୍ରତି ମାର୍ଗଦର୍ଶନ । ସମ୍ମାନିତ ଅତିଥି ରୂପେ GSU କୋମନା ର ସଭାପତି ହରିଶଚନ୍ଦ୍ର ଦିୱାନଙ୍କ ଦ୍ୱାରା ସମ୍ବିଧାନ ର ଶପଥ ପାଠ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ତିରୁମାୟା ଚନ୍ଦ୍ରପ୍ରଭା ଠାକୁର (Architech Engineer), ଟ୍ରଷ୍ଟର ଉପ ସଭାପତି ତିରୁ. ଭିଖମ ମାଝୀ, ସଂସ୍କୃତି ପ୍ରମୁଖ ତିରୁ. ଦୀନେଶ କୁମାର ମାଝୀ, ଟ୍ରଷ୍ଟର କୋଷାଧକ୍ଷ ତିରୁ. ପ୍ରୀତିଶାୟ ମାଝୀ, ଶିକ୍ଷା ପ୍ରମୁଖ ତିରୁ. ଜିରାଖନ ମାଝୀ, ତିରୁ. ତାରାଚାନ୍ଦ ମାଝୀ, ତିରୁ.ନନ୍ଦ କୁମାର ମାଝୀ, ତିରୁ.ଗମ୍ଭୀର ମାଝୀ, ତିରୁ. ଲାଳମତ ମାଝୀ, ତିରୁ. କମଳ ମାଝୀ, ଯୁବ ପ୍ରଭାଗ ଯୁବତୀ ଶକ୍ତି ଲତା ମାଝୀ, ଯୁବ ମିଡ଼ିଆ ପ୍ରଭାରୀ ନରେନ୍ଦ୍ର ମାଝୀ, ତିରୁ. ଟୋପୁ ମାଝୀ ପ୍ରମୁଖ ମାନେ ଯୋଗଦେଇ ଥିଲେ l ସମସ୍ତ ଅତିଥି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଗୋଣ୍ଡ ସମାଜର ଶିକ୍ଷା ସସ୍କୃତି ର ଉନ୍ନତି କରିବା ସହ ସମାଜ ର ଉତ୍ତରୋତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଯୁବ ବର୍ଗଙ୍କୁ ଉଚ୍ଚ ଶିକ୍ଷା ଓ ବୃତ୍ତି ନିମିତ୍ତ ପରାମର୍ଶ ପ୍ରଦାନ କରା ଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମ ରେ ଯୁବ ପ୍ରଭାଗ ପ୍ରମୁଖ ତିରୁ. ପରମେଶ୍ୱର ମାଝୀ ପରିଚାଳନା ଓ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ