ଗାନ୍ଧୀ ମୂର୍ତ୍ତୀ ତଳେ ଜିଲ୍ଲା କଂଗ୍ରେସର ଧାରଣା ମନରେଗା ଯୋଜନାର ନାମ ପରିବର୍ତ୍ତନ ଏକ ଐତିହାସିକ ଅପରାଧ
ବାରିପଦା ତା 11/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ଆଜି ମୟୁରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପୂର୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ବାରିପଦା ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଧାରଣା ଦିଆଯାଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବିଜେପି ଉଦ୍ଦେଶ୍ୟ ମୂଳକ ଭାବେ ପରିବର୍ତ୍ତନ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନ କରିବା ସହିତ ଦେଶର ଇତିହାସକୁ ନଷ୍ଟ କରିବାର ଅପଚେଷ୍ଟ କରୁଛି. ଏହା ଏକ ଐତିହାସିକ ଅପରାଧ ବୋଲି କୁହାଯାଇଛି. ଆଜି କଂଗ୍ରେସ ଧାରଣା ଦେଇ ପ୍ରତିବାଦ କରୁଛି. ଆଗମୀ ଦିନରେ ଏହା ଆନ୍ଦୋଳନର ରୂପ ନେଇ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି. ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏସଟି ସେଲ ରାଜ୍ୟ ଉପାଧ୍ୟକ୍ଷ ଚୈତନ୍ୟ ହାଁସଦା, କୃଷକ ସେଲ ସଭାପତି ଦୀପକ ଦାଶ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଗୌରୀ ନାୟକ, ରାବିନ୍ଦ୍ର ଗିରି, ପିସିସି ସଭ୍ୟ ନାରାୟଣ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ରଥ, ଉତ୍ତମ ବେହେରା, ଜିଲ୍ଲା ଏସସି ସେଲ ସଭାପତି ସସ୍ମିତା ବେହେରା, ରାଣା ସତ୍ୟକାମ ସେନାପତି, ନିର୍ମଳ ପ୍ରଧାନ, ବିକାଶ ମହାଭୋଇ, ଅସିତ ଦାସ, ବିରାମ ମୁର୍ମୁ, ସେକ ରଖିମ, ମିନକେତନ ବେହେରା, ନଳିନ ପଟ୍ଟନାୟକ, ଅଭିଷେକ ଯାଦବ, ରବିନ୍ଦ୍ର ଗିରି, ବିଷ୍ଣୁ ସିଂ, ଭବାନୀ ସାହୁ, ରାମ ରତନ ମହାନ୍ତ, ପ୍ରଫୁଲ୍ଲ ଦାସ, ବନମାଳି ବାରିକ, ମହିଳା ନେତ୍ରୀ ଭୁବନେଶ୍ଵରୀ ପରିଡ଼ା, ସବିତା ସୋରେନ, ସୁନୀତା ନାୟକ ପ୍ରମୁଖ ଶତାଧିକ କଂଗ୍ରେସର ନେତା କର୍ମୀ ଉପସ୍ଥିତ ରହି ଧାରଣା ଦେବା ସହିତ ବିଜେପି ସରକାରକୁ କଡ଼ା ସମାଲୋଚନା କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0