।। ଖାଇରାନି ପଞ୍ଚାୟତରେ ମୋବିଲେ ସେବା ଅପହଞ୍ଚ, ଅନଲାଇନ କାମ ପାଇଁ ଅନ୍ୟ ପଞ୍ଚାୟତର ଟାୱାର ଭରସାରେ ।।

Sep 22, 2023 - 15:32
 0  13
।। ଖାଇରାନି ପଞ୍ଚାୟତରେ ମୋବିଲେ ସେବା ଅପହଞ୍ଚ, ଅନଲାଇନ କାମ ପାଇଁ ଅନ୍ୟ ପଞ୍ଚାୟତର ଟାୱାର ଭରସାରେ ।।

ନୂଆପଡା : ନୂଆପଡା ସଦର ବ୍ଲକ ଖଇରାନି ପଞ୍ଚାୟତ 7 ବର୍ଷ ହେଲା ନୂଆ ପଞ୍ଚାୟତ ମାନ୍ୟତା ପାଇଛି ଏଠାରେ ପଞ୍ଚାୟତ ଅଫିସ, ସ୍କୁଲ, ସିଏସପି, ପୋଷ୍ଟ ଅଫିସ ସହ ଅନ୍ୟାନ୍ୟ କାର୍ଯ୍ୟାଳୟ ରହିଛି ତେବେ ମୋବିଲେ ସେବା ଠିକ ଭାବେ ମିଳୁ ନଥିବାରୁ କୌଣସି ଡିଜିଟାଲ କାମ ହୋଇପାରୁ ନଥିବାର ଦେଖା ଦେଇଛି l ପଞ୍ଚାୟତରେ ମୋବାଇଲ ଟାୱାର ବସାଇବାକୁ ଅନେକ ଥର ଲୋକେ ଦାବି କରିଥିଲେ ହେଁ କୌଣସି ସୁଫଳ ମିଳିନି ବାର୍ଦ୍ଧକ୍ଷ୍, ଭିନ୍ନକ୍ଷମ ଓ ଵିଧବା ଭତ୍ତା ବଣ୍ଟନ ସହ ପିଡ଼ିଏସ ଯୋଗାଣ ଶ୍ରମୀକଙ୍କୁ ମନରେଗା ପାଉଣା ପ୍ରଦାନ ଆଦି ସବୁ କାମକୁ ସରକାର ଡ଼ିଜିଟାଲଜେସନ କରିଛନ୍ତି l କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟରେ ନେଟୱାର୍କ ଆସୁ ନଥିବାରୁ ସେଠାରେ କୌଣସି କଂପ୍ୟୁଟର ବ୍ୟବସ୍ଥା କରାଯାଇ ନାହିଁ l ପଞ୍ଚାୟତର ପିଇଓ, ଜିଆରଏସ ପ୍ରମୁଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ହିଁ ଅନଲାଇନ କାମଗୁଡିକୁ କରୁଛନ୍ତି l ଯଦ୍ଵାରା ହିତାଧିକାରୀମାନେ ଠିକ ସମୟରେ ସେବା ନ ପାଇ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ପୁଣି ଏହା ଏକ ବଡ ପଞ୍ଚାୟତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଔଷଧ ଦୋକାନ ସହ ଅନ୍ୟାନ୍ୟ ସାମଗ୍ରୀର ଦୋକାନ ରହିଛି l କିନ୍ତୁ ଅନଲାଇନ ପେମେଣ୍ଟ ହୋଇପାରୁ ନଥିବାରୁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ବ୍ୟବସାୟୀମାନେ କହିଛନ୍ତି l ଏ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପଞ୍ଚାୟତ କାର୍ଯ୍ୟଳୟରେ ଏକ ମୋବାଇଲ ଟାୱାର ସ୍ଥାପନ କରିବାକୁ ସରପଞ୍ଚ ପଦ୍ମାବତୀ ମାଝୀ, ସମିତି ଅଭ୍ୟା, ମେଘାଳୟା ଥପା, ସୀତାରାମ ମାଝୀ ପ୍ରମୁଖ ଦାବୀ କରିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ