।। ଖରିଆର ରୋଡରେ ନିର୍ମାଣ ଶ୍ରମୀକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ।।

Aug 14, 2023 - 05:35
 0  37
।। ଖରିଆର ରୋଡରେ ନିର୍ମାଣ ଶ୍ରମୀକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ।।

ନୂଆପଡା :(କୋରାପୁଟ ପ୍ରଥମ ଖବର) ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ଏଫସିଆଇ ଗୋଦାମ ପରିସରରେ ନିର୍ମାଣ ଶ୍ରମୀକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲ୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି, ଖରିଆର ରୋଡ ନଗରପାଳ ସୋନିଆ ଜୈନ, ନୂଆପଡା ଜ଼ିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଜଗତ ସିଂ ମାଝୀ, ଜ଼ିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ନୂଆପଡା ବ୍ଲକ ଅଧ୍ୟକ୍ଷl ତରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷl ଅନୁସୟା କୁମ୍ଭାର, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ସମାଜସେଵୀ ଧନୀରାମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l

ଏହି ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ଶିବିରରେ ଜ଼ିଲ୍ଲାର ନୂଆପଡା ବ୍ଲକ, ଏନଏସି, ଖରିଆର ରୋଡ ଏନଏସି ଓ କୋମନା ବ୍ଲକର ମୋଟ 377 ଜଣଙ୍କୁ ଶିକ୍ଷା ସହାୟତା ବାବଦକୁ 15 ଜଣଙ୍କୁ 8 ଲକ୍ଷ୍ 80 ହଜାର, ବିବାହଜନିତ ସହାୟତା 178 ଜଣଙ୍କୁ 8 କୋଟି 8 ଲକ୍ଷ୍ 75 ହଜାର, ମାତୃତ୍ୱ ସୁବିଧା ସହାୟତା 8 ଜଣଙ୍କୁ 80 ହଜାର, ଅନ୍ତିମ ସଂସ୍କାର ସହାୟତା 3 ଲକ୍ଷ୍ 80 ହଜାର ଓ ମୃତ୍ୟୁକାଳୀନ ସହାୟତା ବାବଦକୁ ଶହେ ଜଣଙ୍କୁ 2 କୋଟି ଟଙ୍କା ପ୍ରଦାନ କରାଯାଇଛି l ମୋଟ 377 ଜଣକୁ 2 କୋଟି 94 ଲକ୍ଷ୍ 23 ହଜାର ଟଙ୍କା ପ୍ରଦାନ କରାଯାଇଛି l ପରବର୍ତୀ ସମୟରେ ବୋଡେ଼ନ ଓ ସିନାପାଲି ବ୍ଲକର ନିର୍ମାଣ ଶ୍ରମୀକ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲ୍ଲା ସୂଚନା ଦେଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ