କ୍ୟାନ୍ସର ବିରୋଧରେ ସଚେତନତା
ଝାରସୁଗୁଡା,୩୧।୧(ଫାଷ୍ଟ ନ୍ୟୁଜ ଓଡ଼ିଶା): କ୍ୟାନ୍ସର ବିରୋଧରେ ସଚେତନତା ହେଉଛି ସବୁଠୁ ଶକ୍ତିଶାଳୀ ଅସ୍ତ୍ର ବିଶ୍ୱ କ୍ୟାନ୍ସର ଦିବସ ଅବସରରେ ଆସନ୍ତା ୪ ଫେବୃଆରୀ ୨୦୨୬, ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ଏକ ବୃହତ୍ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ, ସମୟମତେ ଯାଞ୍ଚ (ସ୍କ୍ରିନିଂ) ର ଗୁରୁତ୍ୱ ଏବଂ ପ୍ରତିରୋଧମୂଳକ ପଦକ୍ଷେପ ବିଷୟରେ ସଚେତନ କରିବା। ଆୟୋଜକମାନେ କହିଛନ୍ତି ଯେ ବହୁ ସଂଖ୍ୟକ କ୍ୟାନ୍ସର ଜନିତ ମୃତ୍ୟୁ ଚିକିତ୍ସା ସୁବିଧାର ଅଭାବ ଯୋଗୁଁ ନୁହେଁ, ବରଂ ସଚେତନତାର ଅଭାବ, ଭୟ ଓ ଦେରିରେ ରୋଗ ଚିହ୍ନଟ ହେବାରୁ ହୋଇଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ କ୍ୟାନ୍ସର ସମ୍ପର୍କିତ ତଥ୍ୟକୁ ସରଳ ଭାଷାରେ ଉପସ୍ଥାପନ, ଭ୍ରାନ୍ତି ଧାରଣା ଦୂରୀକରଣ, ସାମାଜିକ ଅପବାଦ କମେଇବା ଏବଂ ସମୟରେ ଡାକ୍ତରୀ ପରାମର୍ଶ ନେବାକୁ ଲୋକଙ୍କୁ ଉତ୍ସାହିତ କରାଯିବ। ବିଶେଷ ଭାବେ ସ୍ତନ କ୍ୟାନ୍ସର, ଗର୍ଭାଶୟ ଗ୍ରୀବା କ୍ୟାନ୍ସର, ମୁଖ କ୍ୟାନ୍ସର ଏବଂ କୋଲୋରେକ୍ଟାଲ କ୍ୟାନ୍ସର ଉପରେ ଗୁରୁତ୍ୱ ଦିଆଯିବ। ଆୟୋଜକମାନେ ଏହି ସାମାଜିକ ସ୍ୱାସ୍ଥ୍ୟ ଉଦ୍ୟମକୁ ସଫଳ କରିବା ପାଇଁ ଜନ ସାଧାରଣ ଙ୍କୁ ଆହ୍ୱାନ କରିଛନ୍ତି ଏବଂ ସାଧାରଣ ନାଗରିକଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଚେତନ ହେବାକୁ ଅନୁରୋଧ କରିଛନ୍ତି। ଜୀବନ ବଞ୍ଚାଇବାର ପ୍ରଥମ ପଦକ୍ଷେପ ହେଉଛି ସଚେତନତା। ଏହି ବାର୍ତା ପ୍ରଦାନ କରିଛନ୍ତି ଆୟୋଜକ।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0