।। କ୍ଳଷ୍ଟର ସ୍ତରୀୟ ସୁରଭି ଉତ୍ସବ ବଡ଼କର୍ଲାକୋଟ ।।

Oct 4, 2023 - 07:06
 0  137
।। କ୍ଳଷ୍ଟର ସ୍ତରୀୟ ସୁରଭି ଉତ୍ସବ ବଡ଼କର୍ଲାକୋଟ  ।।

ଅଦ୍ୟ ତା - ୦୩.୧୦.୨୦୨୩ ରିଖ ମଙ୍ଗଳବାର ଦିନ ବଡକର୍ଲାକୋଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି - ୨୦୨୩" ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବଡକର୍ଲାକୋଟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଯୋଗଦାନ ଦେଇଥିଲେ।ସେ ଛାତ୍ରଛାତ୍ରୀମାନଙ୍କୁ ମାଟି ମା ଏବଂ ପୁଷ୍ଟିକର ଖାଦ୍ୟ ଆମ ପାଇଁ କେତେ ଜରୁରୀ ସେ ବିଷୟରେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ବଡକର୍ଲାକୋଟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜିବ କୁମାର ବେମାଲ ସଭାପତିତ୍ବ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ କ୍ଲଷ୍ଟର ଅନ୍ତର୍ଗତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ଶ୍ରୀଯୁକ୍ତ ନରସିଂହ ସାହୁ ତଥା ଶ୍ରୀଯୁକ୍ତ ପରମାନନ୍ଦ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଆଦର୍ଶ ବିଦ୍ୟାଳୟ, ଚଞ୍ଚରାପଡାର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟାନନ୍ଦ ମାଝୀ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦେବ ପୂଝାରୀ,ଜିଲ୍ଲା ପରିଷଦ,ଜୋନ୍ ୨ ଯୋଗଦାନ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ଅସରଫ୍ ଅଲ୍ଲୀ ମୋହଦୟ ସମ୍ମାନୀତ ଅତିଥି ଏବଂ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ,ଚଞ୍ଚରାପଡା ସହିତ ସମସ୍ତ ୧୬ ଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ପ୍ରାୟ ୧୫ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ABEO cum BRCC,ଜୟପାଟଣା ସମୟ ଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ସୁନ୍ଦର ସାଂସ୍କୃତିକ ନୃତ୍ୟ ପରିବେଷଣ କରି ଛାତ୍ରଛାତ୍ରୀ ମାନେ ସମସ୍ତଙ୍କୁ ବିମୋହିତ କରିଥିଲେ। ବଡକର୍ଲାକୋଟ କ୍ଲଷ୍ଟରର CRCC ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ମିଶ୍ର ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ପ୍ରଦାନ କରବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ସହ ଶିକ୍ଷକ ଶ୍ରୀଯୁକ୍ତ ଉଦୟ କୁମାର ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲଷ୍ଟର ଅନ୍ତର୍ଗତ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ମୁଣ୍ଡ,ଶ୍ରୀଯୁକ୍ତ ପ୍ରକାଶ କୁମାର ଖମାରୀ, ଶ୍ରୀଯୁକ୍ତ ତପନ କୁମାର ସାହୁ,ଶ୍ରୀଯୁକ୍ତ ଡମ୍ବରୁଧର ସିଂପୁରିଆ, ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମାଝୀ,ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସାହୁ, ଶ୍ରୀଯୁକ୍ତ ଜନ୍ମେଜୟ ସାହୁ,ଶ୍ରୀଯୁକ୍ତ ରସିକରାଜ ନାଏକ, ଶ୍ରୀମାନ ଟିକଚନ୍ ବାଗ୍, ଶ୍ରୀଯୁକ୍ତ ଜହରଲାଲ୍ ଶବର, ଶ୍ରୀଯୁକ୍ତ ସେବକ ବାରିକ,ଶ୍ରୀଯୁକ୍ତ ପୂର୍ଣ୍ଣାନନ୍ଦ ସାହୁ,ଶ୍ରୀଯୁକ୍ତ ସୁରେଶନ ଦୁର୍ଗା,ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଣିଗ୍ରାହୀ ତଥା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବଡକର୍ଲାକୋଟର ସମସ୍ତ ଶିକ୍ଷକ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ