କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Dec 8, 2025 - 19:53
 0  8
କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା : କୋମନା ବ୍ଲକ୍ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରରେ ମୋଟ ୫୧ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୩୫ ଟି ବ୍ୟକ୍ତିଗତ ୧୬ ଟି ଗୋଷ୍ଠୀଗତ ଅଭିଯୋଗ ସମ୍ବନ୍ଧୀୟ ଥିଲା lଏହି ସବୁ ସମସ୍ୟାର ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ବନଖଣ୍ଡ ଅଧିକାରୀ ଖରୀଆର ,ଅଜିଜ ଖାନ, ଡି ଏଫ୍ ଓ କେନ୍ଦୁପତ୍ର ,ଏ ମାଧବୀ ଲତା, ଡି ଏଫ୍ ଓ ବନ୍ୟଜନ୍ତୁ ,ସମିର କୁମାର ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ , ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେl ବି ଡି ଓ ସର୍ବେଶ୍ଵର ଜାଲ, ତହସିଲଦାର ସୋନିଆ ଶ୍ରୀ ମଲ୍ଲିକ ,ଡେପୁଟି କଲେକ୍ଟର ଶେଖ୍ ନସିମ , ଏ ବି ଡି ଓ ଭକ୍ତବନ୍ଧୁ ବୁଡେକ୍, ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିରର ଆୟୋଜିତ ହୋଇଥିଲା l ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ଟି ପି ଡବ୍ଲ୍ୟୁ ଓ ଡି ଏଲ୍ କର୍ମଚାରୀ ମାନଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ