।। କୋଟପାଡ଼ ଥାନା ଅନ୍ତର୍ଗତ ସୀମାନ୍ତ ଚାନ୍ଦିଲି ଠାରେ ପୋଲିସ ବିଟ ହାଉସର ନୂତନ କୋଠା ଉଦଘାଟିତ ।।

Jun 11, 2023 - 07:38
 0  14
।। କୋଟପାଡ଼ ଥାନା ଅନ୍ତର୍ଗତ ସୀମାନ୍ତ ଚାନ୍ଦିଲି ଠାରେ ପୋଲିସ ବିଟ ହାଉସର ନୂତନ କୋଠା ଉଦଘାଟିତ ।।

ଆଜି କୋଟପାଡ଼ ସୀମାନ୍ତ ଚାନ୍ଦିଲି ଠାରେ ପୋଲିସ ବିଟ ହାଉସର ନୂତନ କୋଠା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ଚରଣ ସିଂ ମିନା ଯୋଗ ଦେଇ ରିବନ କାଟି ନୂତନ ଫାଣ୍ଡି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ସେବାରେ ସମର୍ପିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଏସପି ଶ୍ରୀ ଅଭିନଵ ଶଙ୍କର , କୋଟପାଡ଼ ଥାନାଧିକାରୀ ଶ୍ରୀ ଶେଷଦେବ ବେହେରା , ଏଶ୍ ଆଇ ଶ୍ରୀ ସୁନୀଲ ସ୍ୱାଇଁ , କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ୍ ଯୋଗ ଦେଇଥିବା ବେଳେ, ଡିଆଇଜି ଶ୍ରୀ ଚରଣ ସିଂ ମିନା କିଭଳି ସୀମାନ୍ତରେ ଥିବା ଜନସାଧାରଣଙ୍କୁ ପୋଲିସ ପ୍ରଶାସନ ଦ୍ୱାରା ସମସ୍ତ ସୁବିଧା ମିଳିପାରିବ ଓ ସୀମାନ୍ତ ସୁରକ୍ଷିତ ରହିପାରିବ ସେ ବିଷୟରେ ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ସୂଚନା ଥାଉ କି କୋଟପାଡ଼ ଥାନା ଅନ୍ତର୍ଗତ ଚାନ୍ଦିଲି ଗ୍ରାମ ଜିଲ୍ଲାର ଓ ରାଜ୍ୟର ସୀମାନ୍ତ ହୋଇଥିବାବେଳେ, ଏହା ଓଡିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଅବସ୍ଥିତ । ଏଠାରେ ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ ସମୟ ଧରି ଏକ ଅସ୍ଥାୟୀ ଗୃହରେ ପୋଲିସ ବିଟ୍ ହାଉସରେ ସମସ୍ତ କାର୍ଯ୍ୟ କରିଆସୁଥିଲେ l

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ