।। କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ ସମୟରେ ଆକ୍ରମଣ: ଦୁଇ ଅବକାରୀ କର୍ମଚାରୀ ଆହତ ।।

Jul 23, 2023 - 15:53
 0  74
।। କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ ସମୟରେ ଆକ୍ରମଣ: ଦୁଇ ଅବକାରୀ କର୍ମଚାରୀ ଆହତ ।।

କାଲି ବିଳମ୍ବିତ ରାତ୍ର ସମୟରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ ଜୟପୁର ଅବକାରି IIC ଙ୍କ ତତ୍ୱାବଧାନରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗର ମିଳିତ ଭାବରେ ଚଢାଉ କରିଥିଲେ,

ଚଢାଉ ସମୟରେ ଗଞ୍ଜେଇ ତସ୍କର ଅବକାରୀ ପୋଲିସ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ ଏବଂ ଗଞ୍ଜେଇ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳ ଏବଂ ଜୟପୁର ଅବକାରି IIC ଆହତ ହୋଇଛନ୍ତି,

ଗୁରୁତର କନେଷ୍ଟବଳ ମେଘନାଥ ଶବର ବୋଲି ଜଣାପଡିଛି,ଆହତ ପରେ ଉଭୟଙ୍କୁ କୋଟପାଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା,ପ୍ରାପ୍ତ ସୂଚନା ଅନୁସାରେ ଆହତ ମାନଙ୍କର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସା ଚାଲିଛି,କୋଟପାଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି l

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ