।। କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ଦୁଇ ଦିନଆ କନ୍ଧମାଳ ଗ୍ରସ୍ତ ।।

May 27, 2023 - 05:08
 0  15
।। କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ଦୁଇ ଦିନଆ କନ୍ଧମାଳ ଗ୍ରସ୍ତ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନଆ କନ୍ଧମାଳ ଗସ୍ତରେ ଆସୁଛନ୍ତି। ମେ ୨୯ ସନ୍ଧ୍ୟା ବେଳେ ବାଲିଗୁଡ଼ା ରେ ପହଞ୍ଚି ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ରାତ୍ରି ଯାପନ କରିବେ। ୩୦ମେ ସକାଳ ୯ଟା ରୁ ବାହାରି ରାଇକିଆ ଅଭିମୁଖେ ଯାଇ ୧୦ଟା ବେଳେ ରାଇକିଆ ସ୍ଥିତ ଗମାଣ୍ଡି ନିକଟରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ର ଭିତ୍ତପ୍ରସ୍ତର ଦେବା ସହ ଏକ ସାଧାରଣ ସଭାରେ ଯୋଗ ଦେବେ l ଏହା ପରେ ଜି.ଉଦୟଗିରି ଅଭିମୁଖେ ଯାଇ ଦିବା ୧୧ଟା ବେଳେ ଜି.ଉଦୟଗିରି ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେବେ। ଏହା ପରେ ସେ ପୁରୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଥିବା କେନ୍ଦ୍ର ମନ୍ତ୍ରୀ ଙ୍କ ଗ୍ରସ୍ତ ସୂଚୀ ମିଳିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କହିଛନ୍ତି। ଏହା ସତ୍ବେ ମଧ୍ଯ ଜିଲ୍ଲାର ଆଉ ୫ ଟି ଏକଲବ୍ୟ ବିଦ୍ୟାଳୟ ପାଇଁ ଜିଲ୍ଲା ପ୍ରଶାସନ ଜାଗା ପ୍ରଦାନ କରିନଥିବାରୁ ବର୍ତ୍ତମାନ ମନ୍ତ୍ରୀ ଭିତ୍ତପ୍ରସ୍ତର ଦେଇ ପାରୁନଥିବା ଶ୍ରୀ ମାଝୀ କହିଛନ୍ତି। କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ମଞ୍ଜୁର ହେଇଥିବା ବେଳେ କେବଳ ଗୋଟିଏ ତୁମୁଡ଼ିବନ୍ଧ ର ଭିତ୍ତି ପ୍ରସ୍ତର ସାରି କାମ ଆରମ୍ଭ ହୋଇଛି l ଅନ୍ୟ ସାତଟି କୋଟଗଡ, କ. ନୂଆଗାଁ ବ୍ଲକ ର ସାରଙ୍ଗଗଡ, ଜି.ଉଦୟଗିରି, ଦାରିଙ୍ଗବାଡି, ରାଇକିଆ, ଟିକାବାଲି ଓ ଫୁଲବାଣୀ ରହିଛି। ଖୁବ ଶିଘ୍ର କାମ ଆରମ୍ଭ କରିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ଙ୍କ ପାଖରେ ଏପ୍ରିଲ ମାସରେ ଦିଲ୍ଲୀ ଯାଇ ଦାବୀ କରିଥିଲେ। ମନ୍ତ୍ରୀ ଜିଲ୍ଲାର ଅନ୍ୟ ସାତଟି ମଧ୍ୟ ଖୁବ ଶିଘ୍ର ଭିତ୍ତପ୍ରସ୍ତର ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଜିଲ୍ଲା ରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ଛାତ୍ର ଛାତ୍ରୀ ମାନଙ୍କୁ ସର୍ବଭାରତୀୟ ସ୍ତରରେ ସମକକ୍ଷ ହେବା ନେଇ କେନ୍ଦ୍ର ସରକାର ସିବିଏସଇ ପାଠ ପଢିବା ସହ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କୃତକାର୍ଯ୍ୟ ହେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କ ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ମାନ ସ୍ଥାପନ କରାଯାଉଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ,କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ