।। କେଣ୍ଡଲ ରାଲି କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଜଣାଇଥିଲେ ଦେଶର ୪୦ ବୀର ଯବାନଙ୍କୁ ।।

Feb 15, 2024 - 21:54
 0  14
।। କେଣ୍ଡଲ ରାଲି କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଜଣାଇଥିଲେ ଦେଶର ୪୦ ବୀର ଯବାନଙ୍କୁ ।।

କେଣ୍ଡଲ ରାଲି କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଜଣାଇଥିଲେ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥ‌ିବା ଆମ ଦେଶର ୪୦ ବୀର ଯବାନଙ୍କୁ ଆଜିର ଦିନରେ ମନେ ପକାଇବା ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ବିଭିନ୍ନ ସ୍ଥାନରେ ପଦଯାତ୍ରା କରାଯାଉଛି । ୧୪ ଫେବୃଆରୀ ୨୦୧୯ ସମଗ୍ର ଦେଶ ପାଇଁ ଏକ କଳା ଦିନ ବୋଲି ପ୍ରମାଣିତ ହୋଇଥିଲା । ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଅବନ୍ତୀପୋରା ନିକଟ ଗୋରିପୋରା ଠାରେ ଏକ କାର ସହିତ ଏକ CRPF କନଭେନ ଉପରେ ଆକ୍ରମଣ କରିଥିଲେ ଉକ୍ତ ଆତ୍ମଘାତୀ ବିସ୍ଫୋରଣରେ 40 ଯବାନ ନିହତ ହୋଇ ଯାଇଥିଲେ। ଏହି ପରିପ୍ରେକ୍ଷୀରେ ରାୟଗଡା ସହରରେ ଦୁଇଟି ସ୍ଥାନରେ କେଣ୍ଡାଲ୍ ରାଲି କରି ପୁଲୱାମା ସହିଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ। ଏହି ଅବସରରେ ଯବାନ ଓ ସ୍ଥାନୀୟ ଲୋକ ମାନେ ରାୟଗଡା ସହରର ମହାରାଜା ଗଜପତି ଛକ ଠାରୁ ବିଶାଳ କେଣ୍ଡେଲ ରାଲିରେ ବାହାରି ରାୟଗଡା ସହର ତମାମ ପରିକ୍ରମା କରି ରାସ୍ତା ସାରା ପୁଲୱମା ସହିଦଙ୍କ ସ୍ମୃତି ରେ ସହିଦ ଅମର ରହେ ବନ୍ଦେ ମାତରଂ, ଜୟ ଯବାନ, ଭାରତ ମାତା କି ଜୟ ଇତ୍ୟାଦି ସ୍ଲୋଗାନ ଦେଇ ଗାନ୍ଧୀ ପାର୍କ ପହଞ୍ଚି ଥିଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମହମବତି ଲଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ। ଦ୍ବିତୀୟ ରେ ଅଣ୍ଟାରି ଗୁଡା ଛକ ଠାରେ ମଧ୍ୟ ସହିଦ ଫୋଟ ଚିତ୍ର ଲଗାଇ କେଣ୍ଡେଲ ଜଳାଇ ଥିଲେ। ନିୟୁ ହୋପ ଫାଉଣ୍ଡେସନ ସଦସ୍ୟ ମାନେ ସାୟଦ ଜିୟା ନୁଲ ହକ, ମୋହନ ନାୟକ , ସନ୍ତୋଷ ବ୍ରହ୍ମା ଓ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ଯବାନ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ