କେ. ବି ଛାତ୍ରୀନିବାସ ର ବାର୍ଷିକ ଉତ୍ସବ ପାଳନ ହୋଇଛି
ବାଲିଗୁଡ଼ା ୧/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ଥିବା ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା କେ. ବି ଛାତ୍ରୀ ନିବାସ ର ବାର୍ଷିକ ଉତ୍ସବ ଉଛ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପାତ୍ର ଯୋଗ ଦେଇଥିଲେ. ସମ୍ମାନିତ ଅତିଥି ଭାବେ ଶିକ୍ଷା ଅଧ୍ୟାପକ ଡ଼କ୍ଟର ସତ୍ୟ ରଞ୍ଜନ ପାଣିଗ୍ରାହୀ ଓଡ଼ିଆ ଅଧ୍ୟାପିକା ସରିତା ଭୋଇ ଇଂରାଜୀ ଅଧ୍ୟାପିକା ସ୍ଵର୍ଣ୍ଣଲତା ନାୟକ ଅଧ୍ୟାପିକା ମାନସ୍ୱାନି ମହାନ୍ତି ଅତିଥି ଅଧ୍ୟାପକ ଭାବେ ରଞ୍ଜନ ନାୟକ ଯୋଗ ଦେଇଥିଲେ. ଏହି ଅବସରରେ ଛାତ୍ରୀନିବାସ ର ସୁପେରିଣ୍ଟେଣ୍ଡେଣ୍ଟ ଡ଼କ୍ଟର ମଞ୍ଜୁଳା ମହାପାତ୍ର ବକ୍ତବ୍ୟ ରଖିଥିଲେ ଯେ ଅନ୍ତେବାସୀ ମାନେ ଯଦି ନିଜ ଜୀବନରେ ଶୃଙ୍ଖଳା, ଏକାଗ୍ରତା ଓ ଦୃଢ଼ମାନା କୁ ଲକ୍ଷ୍ୟ ବୋଲି ଧରିନେବେ ତେବେ ତାଙ୍କର ଭବିଷ୍ୟତ ଜୀଵନ ଉଜ୍ୱଳ ମୟ ହୋଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ.ସମସ୍ତ ମଂଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିବା ଦେଖିବାକୁ ମିଳିଛି ଛାତ୍ରୀନିବାସ ଡେପୁଟି ସୁପେରିଣ୍ଟେଣ୍ଡେଣ୍ଟ ଉପସ୍ଥିତ ସମସ୍ତଙ୍କ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ. ଏହି ଅବସରରେ ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ କୌତୁକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା. ଶୃଙ୍ଖଳିତ ଅନ୍ତେବାସୀ ଭାବେ ପାରିମିତା ମଲିକଙ୍କୁ ପୁରସ୍କୃତ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ତଥା ଛାତ୍ରୀନିବାସ ର କର୍ମଚାରୀ ପ୍ରଶାନ୍ତ ସାହୁ, ଅଭୟ ସାହୁ, ପ୍ରକାଶ ସାହୁ, ଯେପତ ପ୍ରଧାନ, ଅନୁରଡ଼ା ଦାସ, ଏଲିଶା ନାୟକ, କମଳିନୀ ନାୟକ, ପୁର୍ଣିମା ନାୟକ ତଥାନୀଳା ଓ ସଂଗୀତା ପ୍ରମୁଖ ସହଯୋଗ କରିଥିଲେ. ସଭା ଶେଷରେ ଡ଼କ୍ଟର ମଞ୍ଜୁଳା ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯକ୍ରମ ସମାପ୍ତ କରାଗଲା I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0