।। କୂଅରେ ପଡି ଶିଶୁପୁତ୍ରର ମୃତ୍ଯୁ ।।

Mar 9, 2024 - 16:09
 0  25
।। କୂଅରେ ପଡି ଶିଶୁପୁତ୍ରର ମୃତ୍ଯୁ ।।

କୂଅରେ ପଡି ଜଣେ ଶିଶୁର ମୃତ୍ୟୁବରଣ କରିଥିବା ଘଟଣା କୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ବିରିକୋଟ ପଞ୍ଚାୟତ ନିକଟରେ ଥିବା କେନ୍ଦୁପଡା ଗ୍ରାମରେ। ସୂଚନା ଅନୁସାରେ ଜଣାପଡିଛି ଯେ, କେନ୍ଦୁପଡା ଗ୍ରାମର ଜନୈକା ବ୍ଯକ୍ତି ନକା କବାଡି ଓ ସ୍ତ୍ରୀ ଉଭୟେ ଇଟା ଗଢିବା ପାଇଁ ନିଜ ଜମିକୁ ଯାଇ ଘରକୁ ଫେରି ଥିଲେ ଏହି ସମୟରେ ପୁଅର ଅନୁପସ୍ଥିତ ରହିଥିବା ଜାଣିବା ପରେ ଖୋଜାଖୋଜି କରି ଶେଷରେ ଗ୍ରାମ ନିକଟରେ ଥିବା ଏକ କୂଅ ଭିତରୁ ଶିଶୁର ମୃତ ଶରୀର କୁ ଉଦ୍ଧାର କରିଥିଲେ। ତେବେ ନକା କବାଡିର ପୋଲିସ ରେ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଥିବା ବିଷୟ ଅନୁସାରେ ଜଣାଯାଏ ଯେ ଗତ ତା ୦୮/୦୩/୨୦୨୩ ରିଖ ଶୁକ୍ରବାର ଦିନ ସେମାନେ ଘରେ ନଥିଲେ ସେହି ସମୟରେ ଶିଶୁପୁତ୍ର ହାରୁ କବାଡି କୂଅରେପଡି ମୃତ୍ୟୁବରଣ କରିଥିବା ନେଇ ପିତା ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଥୁଆମୂଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ।ଶବ ବ୍ଯବଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ଋଜୁ କରି ତଦନ୍ତ ଚଳାଇ ଥିବା ଜଣାପଡିଛି। ଅପରପକ୍ଷରେ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ପବିତ୍ର ନିଏକ ମଧ୍ୟ ଘଟଣା ସ୍ଥାନକୁ ପରିବାର ଶୋକାକୁଳ ପରିବାର ଲୋକଙ୍କୁ ଶାନ୍ତନା ଦେଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଉପସ୍ଥିତ ରହିଥିଲେ। ମୃତକଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଥିବା ଜଣାପଡିଛି।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ