।। କୁଷ୍ଠରୋଗାକ୍ରାନ୍ତ ଦାଶୁ ମାଝୀଙ୍କ ପରିବାର ସରକାରୀ ଯୋଜନା ରୁ ବଞ୍ଚିତ ।।

Oct 27, 2023 - 11:26
 0  47
।। କୁଷ୍ଠରୋଗାକ୍ରାନ୍ତ ଦାଶୁ ମାଝୀଙ୍କ ପରିବାର ସରକାରୀ ଯୋଜନା ରୁ ବଞ୍ଚିତ ।।

ସମାଜରେ ଅସହାୟ ଏବଂ ଅବହେଳିତ ଅବସ୍ଥାରେ ଜୀବନ କାଟୁଥିବା ଲୋକଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା,ସାମାଜିକ ସୁରକ୍ଷା ଏବଂ ଆବାସ ଯୋଜନା ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ଏଥିପାଇଁ ରାଜକୋଷରୁ ନିୟମିତ ଖର୍ଚ୍ଚ ହୋଇଚାଲିଛି କୋଟିକୋଟି ଟଙ୍କା।ଅନେକ କ୍ଷେତ୍ରରେ ସ୍ବଚ୍ଛଳ ବର୍ଗର ଲୋକେ ଏହି ସହାୟତାକୁ ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଅବହେଳାର ଶିକାର ହୋଇ ସରକାରୀ ସହାୟତାକୁ ଅପେକ୍ଷା କରି କରି ଜୀବନ ଶେଷ ହୋଇଯାଉଛି।ଇତି ମଧ୍ୟରେ ସରକାରଙ୍କ ଏହି ସହାୟତା ପାଇବା ପାଇଁ ଯେତେ ଗୁହାରୀ କଲେ ମଧ୍ୟ କେହି ଶୁଣୁନାହାନ୍ତି।ସତେ ଯେମିତି ଏମାନଙ୍କ ପାଇଁ । ଆଜିର ସମାଜର ଏଭଳି ଏକ ବାସ୍ତବ ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ପଞ୍ଚାୟତ ଅଧୀନ ସୁକସାନ ଗ୍ରାମର ବୋଡେସ୍ ପଡ଼ାର ଦାସୁ ମାଝୀଙ୍କ ପରିବାର। ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି।ଅତ୍ୟନ୍ତ ଦୟନୀୟ ସେମାନଙ୍କ ଜୀବନ ଜୀବିକା।ଦାସୁ ମାଝୀ ଜଣେ ଗରିବ ଆଦିବାସୀ ପରିବାରର, ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ବାଉଁଶ କାର୍ଯ୍ୟ କରି ଯାହା ମିଳେ ତାହା ତାଙ୍କ ପରିବାର ଚାଲିଛି lନିଜର ଦୁଇ ଝିଅ ଲାକା ଦେଇ, ମଞ୍ଜୁଳା ଏବଂ ବୃଦ୍ଧା ମାଆ ନାରଙ୍ଗୀଙ୍କ ସହିତ ଅତି ଦୟନୀୟ ଅବସ୍ଥାରେ ପରିବାର ପ୍ରତିପୋଷଣର ବୋଝ ମୁଣ୍ଡରେ ରହିଥିବା ବେଳେ କୁଷ୍ଠ ରୋଗାକ୍ରାନ୍ତ ଏଇ ମଣିଷ ପାଖରେ କୌଣସି ଉପାୟ ମଧ୍ୟ ନାହିଁ।କୁଷ୍ଠ ରୋଗାକ୍ରାନ୍ତ ଦାସୁ ମାଝୀ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ। ଦାସୁ ମାଝୀଙ୍କ ଏପରି ଅବସ୍ଥାକୁ ଦେଖି ନିଜ ସ୍ତ୍ରୀ ପରିବାର ଚଳାଇବାର ବୋଝ ମୁଣ୍ଡାଇଥିଲେ। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ମୃତ୍ୟୁ କରିଛନ୍ତି l। ମିଳିଲେ ଖାଉଥିଲେ ନମିଳିଲେ ଭୋକ ଉପାସରେ ମଧ୍ୟ ଚଳୁଥିଲେ।ଏଭଳି ଅସହାୟ ଗରିବ ଭିନ୍ନକ୍ଷମ ପରିବାରକୁ ଆଜି ପର୍ଯ୍ୟନ୍ତ ମିଳିପାରିନି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ସହାୟତା।ସେହିପରି ଆବାସ ଯୋଜନା ତ ଦାସୁ ମାଝୀଙ୍କ ପାଇଁ ପାଲଟିଛି ସାତ ସପନ।ନା କୌଣସି ପ୍ରଶାସନିକ ଅଧିକାରୀ ନା କୌଣସି ଜନପ୍ରତିନିଧି କାହାରି ମଧ୍ୟ ଦୃଷ୍ଟି ପଡିପାରିନି ଏହି ଅସହାୟ ପରିବାର ଉପରେ ଯାହା ଅତି ବିଡମ୍ବନାର ବିଷୟ ଅଟେ। ହେଲେ ସରକାରୀ ଯୋଜନାରୁ ବଞ୍ଚିତ ଏହି ଅସହାୟ ପରିବାରକୁ କେବେ ମିଳିବ ସହାୟତା ତାହା ଦେଖିବା ବାକି ରହିଲା।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ