କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

Nov 14, 2025 - 05:11
 0  12
କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

ବାରିପଦା, ତା ୧୩.୧୧.୨୦୨୫ ରିଖ ଚଳିତ ବର୍ଷ ଜିଲ୍ଲାରେ ୧୭ ରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ହେବାକୁ ଯାଉଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସଭା ଗୃହରେ ଆୟୋଜିତ ଏହି ବୈଠକରେ ଅଭିଯାନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ପ୍ରକାଶ ଥାଉକି ଜିଲ୍ଳାରେ ଗତ ୨୦୨୪-୨୫ ବର୍ଷରେ ୬୨୭ ଜଣ ନୂତନ କୁଷ୍ଠ ରୋଗ କେଶ୍ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ୨୦୨୫-୨୬ ବର୍ଷ ପାଇଁ ସେପ୍ଟେମ୍ବର ମାସ ସୁଦ୍ଧା ୧୯୮ ଟି ନୂତନ କେଶ୍ ଚିହ୍ନ୍‌ଟ ହୋଇଛି। କୁଷ୍ଠ ରୋଗ କେଶ୍ ଚିହ୍ନଟ ଅଭିଯାନରେ ୨୦୨୫-୨୬ ପାଇଁ ଜାତୀୟ ନୀତି ଯୋଜନା ଅନୁଯାୟୀ ଓଡ଼ିଶା ରାଜ୍ୟର ଚିହ୍ନିତ ଅଞ୍ଚଳ ମଧ୍ୟରେ କୁଷ୍ଠ ରୋଗ ପ୍ରବଣ ୧୫୫ ବ୍ଲକ୍ ମଧ୍ୟରୁ ମୟୂରଭଞ୍ଜର ୧୫ଟି ବ୍ଲକ୍ କୁ ଏହି ଅଭିଯାନରେ ସାମିଲ କରାଯାଇଛି। ଏହି ଅଭିଯାନରେ ସର୍ଭେ ଦ୍ୱାରା ଚିହ୍ନଟ କେଶ୍ ର ୧୦୦% କେଶ ମେଡ଼ିକାଲ ଅଫିସରଙ୍କ ଦ୍ୱାରା ୩ ଦିନ ମଧ୍ୟରେ ପରୀକ୍ଷା କରାଯିବ। ୫ ଡିସେମ୍ବର ୨୦୨୫ ସୁଦ୍ଧା ପରୀକ୍ଷା ଶେଷ ହେବ ଏବଂ ୧୦ ଡିସେମ୍ବର ୨୦୨୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ। ଜିଲ୍ଲାର ୧୫ଟି ବ୍ଲକ୍‌ର ୧୯୨୪ ଗାଁରେ ୩୬୦ଟି ପି.ଏଚ୍‌.ସି ସବ୍‌ସେଣ୍ଟରରେ ୮୪ ଜଣ ମେଡ଼ିକାଲ ଅଧିକାରୀ, ୧୯୧୮ ଜଣ ଆଶା କର୍ମୀ, ୩୫୦ ଜଣ ହେଲଥ୍ ୱାର୍କର, ୧୫୬ ଜଣ ହେଲଥ୍ ସୁପର ଭାଇଜର ଏବଂ ୦୬ ଗୋଟି ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ଜରିଆରେ ଏହି ଅଭିଯାନରେ କୃଷ୍ଠ ରୋଗ ଚିହ୍ନଟ କାର୍ଯ୍ୟକ୍ରମ ସମ୍ପାଦନ କରାଯିବ। ଲୋକମାନଙ୍କୁ କୁଷ୍ଠ ରୋଗର ଚିକିତ୍ସା ନିମନ୍ତେ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନଧର୍ମୀ କାର୍ଯ୍ୟକ୍ରମ ମାନ କରାଯିବ। ଅଭିଯାନ ସମୟରେ ବିଦ୍ୟାଳୟ ଗୁଡିକରେ ରୋଗ ଚିହ୍ନଟ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ଆବଶ୍ୟକ ସହଯୋଗ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଆବଶ୍ୟକ ସ୍ଥଳେ ଆଶା କର୍ମୀ ମାନଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଅଭିଯାନ ର ସଫଳ ରୂପାୟନ ପାଇଁ ଗ୍ରାମ୍ୟ ସ୍ତରରେ ପଂଚାୟତିରାଜ ଅନୁଷ୍ଠାନ ମାନଙ୍କୁ ସଂଶ୍ଲିଷ୍ଟ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଇତିମଧ୍ୟରେ ବ୍ଲକ୍ ଓ ଜିଲ୍ଲା ସ୍ତରରେ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ନେଇ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ସର୍ଭେରେ ସଂପୃକ୍ତ ହେବାକୁ ଥିବା ସମସ୍ତ କର୍ମଚାରୀ, ଅଧିକାରୀମାନଙ୍କ ଭୂମିକା ଓ କର୍ତ୍ତବ୍ୟ ସମ୍ବନ୍ଧରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରକାଶ ଥାଉକି କେନ୍ଦ୍ରୀୟ କୁଷ୍ଠ ଡିଭିଜନ୍ ଦ୍ୱାରା ପ୍ରଣୀତ ଜାତୀୟ ନୀତି ଯୋଜନା ୨୦୨୩-୨୭ ଅନୁଯାୟୀ ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଠନ ଆଭିମୁଖ୍ୟ ରଖାଯାଇଛି। ଏ ଡି ଏମ ଓ, ଡା. ବିଜୟ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା କୁଷ୍ଠ ରୋଗ ଚିକିତ୍ସା ଅଧିକାରୀ ଡା. ଶାନ୍ତନୁ କୁମାର ଦାଶ ଅଭିଯାନ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକାରୀତା ସମ୍ବନ୍ଧରେ ପିପିଟି ଜରିଆରେ ଉପସ୍ଥାପନ ରଖିଥିଲେ। ଜିଲ୍ଲା କୁଷ୍ଠ ରୋଗ ଚିକିତ୍ସା ପରାମର୍ଶଦାତା ଡା.ତପନ କୁମାର ମହାପାତ୍ର, ଡିପିଏମ ଅନିଲ କୁମାର ମହାନ୍ତିଙ୍କ ସହ କମିଟିର ଅନ୍ୟାନ୍ୟ ସଦସ୍ୟ ଓ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ସରକାରଙ୍କ ମାଳ ମାଳ ଯୋଜନା ଏବଂ କୋଟି କୋଟି ଟଙ୍କା ଏହା ପ୍ରକୃତରେ କାର୍ଯ୍ୟରେ ଲୋକଙ୍କ ହିତରେ ନା କେବଳ ଲୋକଦେଖାଣିଆ ବୈଠକ ଓ କାଗଜ କଲମରେ ସିମିତ ରହିବ ତାହା ଦେଖିବାରେ ବାକି ରହିଲା, ଏବଂ ୨୦୭୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଠନ ଆଭିମୁଖ୍ୟ କେତେ ମାତ୍ରାରେ ସଫଳ କରାଇବ ଏହି ବିଭାଗ ତାହା ସମୟ ହିଁ କହିବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ