।। କୁଲିଆବନ୍ଧା ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ।।

ନୂଆପଡା ତା :-୨୮/୦୭/୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଲିଆବନ୍ଧା ଠାରେ ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ସହ - ଶିକ୍ଷକ କିଶୋର କୁମାର ପରିଡ଼ା, ଲୀଳାବାଇ ଶବର, ଗୁନସାଗର ଭୋଇ,ରବିଶଙ୍କର ଭୋଇ, ନାନ୍ତା ମାଝୀ, ଏ .ଆଇ.ଏଫ୍ ଶିକ୍ଷକ ଛବିଳ ନିଆଲ ଙ୍କ ତତ୍ତ୍ଵାବଧାନରେ ଶିକ୍ଷା ସପ୍ତାହ ପାଳିତ ହୋଇ ଆସୁଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମତେ ଓଡ଼ିଶା ସରକାରଙ୍କ ଆଦେଶ କ୍ରମେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଓ ବ୍ୟବହାର, ଦ୍ଵିତୀୟ ଦିବସରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷା, ତୃତୀୟ ଦିବସରେ ବିଭିନ୍ନ ପ୍ରକାରର କ୍ରୀଡା କସରତ ଶିକ୍ଷା , ଚତୁର୍ଥ ଦିବସରେ ସାଂସ୍କୃତିକ କାର୍ଯକ୍ରମର ପ୍ରଦର୍ଶନୀ , ପଞ୍ଚମ ଦିବସରେ ଦକ୍ଷତା ଓ ଡିଜିଟାଲ ର ସଦୁପଯୋଗ ଶିକ୍ଷା , ଷଷ୍ଠ ଦିବସରେ ଇକୋ କ୍ଲବ ମାଧ୍ୟମରେ ଜୀବନର ଉଦ୍ଦେଶ୍ୟ ଓ ପରିବେଶ ସୁରକ୍ଷା ଆଧାରିତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସବୁ କରାଯାଇଥିଲା । ବିଦ୍ୟାଳୟରେ ଶିକ୍ଷା ବିଭାଗ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କରାଯାଉଥିବା ଏହି ସବୁ କାର୍ଯ୍ୟକ୍ରମ ପାଇଁ ପିତାମାତା,ଅଭିଭାବକ,ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଥିଲେ ।
ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






