କାଲିମେଳାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି:୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ

May 5, 2026 - 05:48
 0  1
କାଲିମେଳାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି:୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ

ମାଲକାନଗିରି,୪/୫/୨୬: ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆଜି କାଲିମେଳା ବ୍ଲକର ଲୁଗେଲ ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗକୁ ପ୍ରତ୍ୟକ୍ଷ ଭାବେ ଶୁଣିବା ସହ ତାହାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିବିରରେ ସମୁଦାୟ ୬୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ଯେଉଁଥିରେ ୩୯ଟି ବ୍ୟକ୍ତିଗତ ଏବଂ ୨୨ଟି ଗ୍ରାମଭିତ୍ତିକ ସାମୁହିକ ସମସ୍ୟା ଅନ୍ତର୍ଭୁକ୍ତ ଥିଲା। ମୁଖ୍ୟତଃ ଆବାସ ଯୋଜନାରେ ପକ୍କା ଘର, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ନୂତନ ରାସନ କାର୍ଡ, ଜମି ପଟ୍ଟା ସମସ୍ୟା ଏବଂ ଗ୍ରାମରେ ପାନୀୟ ଜଳ ଓ ରାସ୍ତାଘାଟର ଉନ୍ନତିକରଣ ଭଳି ବିଷୟରେ ଲୋକେ ଅଭିଯୋଗ କରିଥିଲେ।ଅଭିଯୋଗ ଶୁଣାଣି ସହିତ ଲୋକଙ୍କୁ ତୁରନ୍ତ ସରକାରୀ ସେବା ଯୋଗାଇ ଦେବା ପାଇଁ ଶିବିର ପରିସରରେ ଏକ ସ୍ୱତନ୍ତ୍ର ସେବା ପ୍ରଦାନ କ୍ୟାମ୍ପ ମଧ୍ୟ ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପ ଜରିଆରେ ବିଭିନ୍ନ ବିଭାଗର ସେବାଗୁଡ଼ିକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଯାଇଥିଲା, ଯାହାଫଳରେ ଲୋକଙ୍କୁ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିନଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଆଜି ସିମିଲିବାଞ୍ଛା, କାମୱାଡା, ବଡଦୁରାଲ, ଅଣ୍ଡ୍ରାପାଲି, ପଦ୍ମଗିରୀ ଏବଂ ଆମ୍ବଗୁଡ଼ା ପଞ୍ଚାୟତରେ ମଧ୍ୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସମସ୍ୟାର କ୍ଷୀପ୍ର ସମାଧାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ