କାଲିମେଳା ହାଇ-ଲେଭଲ୍ ବ୍ରିଜ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ:ଡିସେମ୍ବର ୨୦୨୬ ସୁଦ୍ଧା କାମ ସାରିବାକୁ କଡ଼ା ନିର୍ଦ୍ଦେଶ

Apr 4, 2026 - 20:07
 0  54
କାଲିମେଳା ହାଇ-ଲେଭଲ୍ ବ୍ରିଜ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ:ଡିସେମ୍ବର ୨୦୨୬ ସୁଦ୍ଧା କାମ ସାରିବାକୁ କଡ଼ା ନିର୍ଦ୍ଦେଶ

ମାଲକାନଗିରି,୪/୪/୨୬: ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଆଜି କାଲିମେଳା ନିକଟସ୍ଥ କନ୍ୟାଶ୍ରମ ପାଖରେ ନିର୍ମାଣାଧୀନ ହାଇ-ଲେଭଲ୍ ବ୍ରିଜ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା ଏପ୍ରିଲ୍-୨୦୨୬ ସୁଦ୍ଧା ଅତିକମରେ ଗୋଟିଏ ପାଇଲ୍ କାମ ଏବଂ ମେ ମାସ ସୁଦ୍ଧା ଗୋଟିଏ ପିୟର କ୍ୟାପ୍ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମ୍ପୂର୍ଣ୍ଣ ବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ଡିସେମ୍ବର-୨୦୨୬ ସୁଦ୍ଧା ଶେଷ କରିବା ପାଇଁ ସେ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ଡେଡଲାଇନ୍ ଦେଇଛନ୍ତି। କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ବ୍ରିଜ୍ ନିର୍ମାଣ ଦ୍ୱାରା ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ହେବା ସହ ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ