।। କହିଲେ ନ ସରେ ଯାତ୍ରୀଙ୍କ ଦୁର୍ଦ୍ଦଶା ଅନିଶ୍ଚିତତାରେ ଆମ ବସ୍ ଷ୍ଟାଣ୍ଡ ଉଦ୍ ଘାଟନ ।।

Jan 4, 2024 - 19:25
 0  193
।। କହିଲେ ନ ସରେ ଯାତ୍ରୀଙ୍କ ଦୁର୍ଦ୍ଦଶା ଅନିଶ୍ଚିତତାରେ ଆମ ବସ୍ ଷ୍ଟାଣ୍ଡ ଉଦ୍ ଘାଟନ ।।

ମୁନିଗୁଡ଼ା -ତା ୦୪/୦୧/୨୦୨୪ ଏହା ମଧ୍ୟରେ ଏକ ବର୍ଷ ବିତି ବାକୁ ବସିଲାଣି। ଉନ୍ନତୀକରଣ ନାମରେ ରାୟଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସ୍ଥଳ ତଥା ବହୁଳ ଜନ ସମାଗମ ହେଉଥିବା ମୁନିଗୁଡା ସହିଦ୍ ଲକ୍ଷ୍ମଣ ନାଏକ ପୁରୁଣା ବସଷ୍ଟାଣ୍ଡ କୁ ପ୍ରସାସନ ତରଫରୁ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ଆମ ବସ୍ ଷ୍ଟାଣ୍ଡ ନିର୍ମାଣ କରାଗଲା। ଏଥିରେ ୫୦ ରୁ ଉର୍ଦ୍ଧ୍ବ କ୍ଷୁଦ୍ର ବ୍ୟବସାୟୀ ବିସ୍ଥାପିତ ହେଲେ। କିନ୍ତୁ ପରିତାପର ବିଷୟ ଏଭଳିକି ଯାତ୍ରୀମାନଙ୍କ ପାଇଁ ଥିବା ସୁଲଭ ଶୌଚାଳୟ ଏବଂ ସ୍ନାନାଗାର କୁ ମଧ୍ୟ ବିନା ବିଚାରରେ ମାଟିରେ ମିଶାଇ ଦିଆଗଲା। ତେବେ ତିନି ଚାରି ମାସ ହେବ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ନୂତନ ବସ୍ ଷ୍ଟାଣ୍ଡ ଉଦ୍ ଘାଟନ ହେଉ ନ ଥିବାରୁ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ମୁନିଗୁଡ଼ା ର ତିନିକୋଣିଆ ଛକ ସଂଲଗ୍ନ ଉକ୍ତ ଅଞ୍ଚଳର ପ୍ରତି ମୁଖ୍ୟ ସଡ଼କ ଉପରେ ଯାନ ବାହାନ ଠିଆ ହେବା ସହିତ ଲୋକ ଗହଳି ଲାଗି ରହୁଥିବାରୁ ଅଧିକାଂଶ ସମୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଛୋଟ ବଡ଼ ଦୁର୍ଘଟଣା ଘଟିବାରେଲାଗିଛି ।ଶହ ଶହ ଯାତ୍ରୀ ବିଶେଷ କରି ମହିଳା କିଶୋରୀ,ଶିଶୁ ଯାତ୍ରୀ ମାନେ ଶୌଚ କ୍ରିୟା ପାଇଁ ହିନସ୍ତା ଭୋଗୁଥିବା ଦେଖିବାକୁ ମିଳୁଛି।ଆମ ବସ୍ ଷ୍ଟାଣ୍ଡ ଉଦ୍ ଘାଟନ ବିଷୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିଗମ ପ୍ରବନ୍ଧକଙ୍କୁ ପଚାରିଲେ ସେମାନେ କିଛି କହିପାରିବେ ନାହିଁ ବୋଲି ଉତ୍ତର ଦେଉଛନ୍ତି। ହେଲେ ଏଇଠି ରାଜ୍ୟ ସରକାର ଆମ ବସ୍ ଷ୍ଟାଣ୍ଡ କାହା ସ୍ବାର୍ଥରେ ଓ କାହା ପାଇଁ କୋଟି କୋଟି ଟଙ୍କା ର ଅନୁଦାନ ଦେଇ ନିର୍ମାଣ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ଶୃଷ୍ଟି ହେଉଛି । ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେଇ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଜନ ସାଧାରଣ ଦାବି କରିଛନ୍ତି ।

ମୁନିଗୁଡା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ