।। କଳିଙ୍ଗା ଘାଟିରେ ଟ୍ରକର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା, ଡ୍ରାଇଭର ଗୁରୁତର ଆହତ ।।

Oct 13, 2023 - 03:28
 0  14
।। କଳିଙ୍ଗା ଘାଟିରେ ଟ୍ରକର ବ୍ରେକ ଫେଲ ଯୋଗୁଁ  ଦୁର୍ଘଟଣା, ଡ୍ରାଇଭର ଗୁରୁତର ଆହତ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ଗୁରୁବାର ବ୍ରେକ ଫେଲ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଫଳରେ ଡ୍ରାଇଭର ସୋନୁ ବିଶ୍ୱକର୍ମା (୨୮ ବର୍ଷ) ଟ୍ରକରେ ଚାପି ହୋଇ ରହିଯାଇଥିଲେ । ପୋଲିସ ଓ ଦମକଳ ବାହିନୀ ଏବଂ କଳିଙ୍ଗା ଓ ଟିକାବାଲିର ସ୍ବେଚ୍ଛାସେବୀ ସାହାଯ୍ୟକାରୀ ଦଳ ପହଞ୍ଚି କଟରରେ ଟ୍ରକକୁ କାଟି ଜେ ସି ପି ଆଣି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ କୁ ପଠାଯାଇଛି ବୋଲି ଜି ଉଦୟଗିରି ଆଇ ଆଇ ସି ଅଜୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି । ଟ୍ରକର ହେଲପର ତଥା ଡ୍ରାଇଭରଙ୍କ ଭାଇ ଦୀପକ ବିଶ୍ୱକର୍ମା (୨୪ ବର୍ଷ) ସାମାନ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଟ୍ରକ ନମ୍ବର ଏମପି-୦୪ ଜିଏ୩୭୪୨ ମଧ୍ୟପ୍ରଦେଶର ଭୋପାଳ ଠାରୁ ଥଣ୍ଡା ପାନୀୟ ଧରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଗୁରୁବାର ସକାଳେ କଳିଙ୍ଗା ଘାଟିରେ ବ୍ରେକ ଫେଲ ହୋଇଯିବାରୁ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଥିବା ହେଲପର ଦୀପକ କହିଛନ୍ତି । ଖବର ପାଇ ଦୁର୍ଘଟଣା ସ୍ଥଳରେ ଜି. ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ, ଏସ.ଆଇ ବିନୟ ମହାରଣା, ଅନନ୍ତ କୁମାର ପ୍ରଧାନ, ବୁଲୁ ବେହେରା, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢ଼ୀ, ଅଗ୍ନିଶମ ବାହିନୀ, ୧୦୮ ଆମ୍ବୁଲାନ୍ସ ଏବଂ କଳିଙ୍ଗା ଓ ଟିକାବାଲିର ସ୍ବେଚ୍ଛାସେବୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ