କଳାକନା ବୁଲାଇଲେ ଚୋର, ଝରକା ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ।।

Mar 24, 2023 - 17:26
Mar 24, 2023 - 18:15
 0  20
କଳାକନା ବୁଲାଇଲେ ଚୋର, ଝରକା ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ।।

ଭୁବନ ଅଞ୍ଚଳରେ ଚୋରି ଡକାୟତି ଦିନକୁ ଦିନ ବଢ଼ି ଚାଲିଛି । ତେବେ ଏହାର ସ୍ଥାୟି ପ୍ରତିକାର ବ୍ୟବସ୍ଥା ପ୍ରତି ପ୍ରଶାସନର ତିଳେ ମାତ୍ର ଚିନ୍ତା ନଥିବା ଦେଖିବାକୁ ମିଳିଛି । ଯାହାର ଜ୍ୱଳନ୍ତ ଊଦାହରଣ ଦେଖିବାକୁ ମିଳିଛି ଭୁବନ ଥାନା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ୨ର କୋହ୍ଲ ସାହି ନିକଟ ଭୁବନ ମହିଳା ମହାବିଦ୍ୟାଳୟ ଦେଇ ଯାଇଥିବା ମୁଖ୍ୟ ରାସ୍ତା କଡ଼ରୁ ।ସୂଚନାଥାଉକି, ୪୨ ବର୍ଷୀୟ କାଳନ୍ଦୀ ଚରଣ ସାହୁ ପୁରୀ ବୁଲିବାକୁ ଯାଇଥିସେ । ତେବେ ଘରେ ମୋଟ ସାତ ଜଣ ଶୋଇଥିଲେ । ହେଲେ ବିଳମ୍ୱିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ଘର ଝରକା ଭାଙ୍ଗି ନେଇଯାଇଛନ୍ତି ୪ ଭରି ସୁନା ଏବଂ ଲକ୍ଷାଧିକ ଟଙ୍କା । ଖବର ସକାଳେ ଭୁବନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ଏହା ପୂର୍ବରୁ କାଳନ୍ଦିଙ୍କର ଏକ ପିକଅପ୍ ଗାଡି ମଧ୍ୟ ଘର ନିକଟରୁ ଚୋରି ହୋଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ