।। କଲ୍ୟାଣସିଂହପୁର ବ୍ଲକ ରେ ବିଜେପିର ଜୋରଦାର ପ୍ରଚାର ସହ ମିଶ୍ରଣ ପର୍ବ ଅନୁଷ୍ଠିତ ।।

May 3, 2024 - 12:12
 0  56
।। କଲ୍ୟାଣସିଂହପୁର ବ୍ଲକ ରେ ବିଜେପିର ଜୋରଦାର ପ୍ରଚାର ସହ ମିଶ୍ରଣ ପର୍ବ ଅନୁଷ୍ଠିତ ।।

ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କାଳୀସୁନ୍ଦରୀ ମନ୍ଦିର ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ଆଜି ବିଜେପି ଦଳର ବିସମକଟକ ନିର୍ବାଚନୀ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୁକା, କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ଓ ଜିଲା ସଭାପତି ଶିଵ ଶଙ୍କର ପଟ୍ଟନାୟକ ଙ୍କ ନେତୃତ୍ୱରେ ଦଳୀୟ କର୍ମୀ ନେତା ମାନଙ୍କୁ ନେଇ ସେରିଗୁମ୍ମା ପଞ୍ଚାୟତ ଠାରୁ ଏକ ବିରାଟ ଶୋଭାଯାତ୍ରା କରି ବା ସହ ଲୋକଙ୍କୁ ବିଜେପି ବା ପଦ୍ମ ଚିହ୍ନରେ ମୋହର ଦେଇ ଜୟ ଯୁକ୍ତ କରିବା ପାଇଁ ଭୋଟରଙ୍କୁ ଆହ୍ୱାନ କରିବା ସହ ନରେନ୍ଦ୍ର ମୋଦିଙ୍କ ବିକାଶଧାରା ବିଷୟରେ ଅବଗତ କରିଥିଲେ । ସେରିଗୁମ୍ମା ପଞ୍ଚାୟତଠାରୁ ଆରମ୍ଭ କରି ଶିକରପାଇ ,ବୁଡ଼ାଗୁଡା ,କରପା ଦେଇ କଲ୍ୟାଣସିଂହପୁର ଆସି ଶୋଭାଯାତ୍ରା କରିଥିଲେ ।କଲ୍ୟାଣସିଂହପୁର କାଳୀସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ସମାବେଶ କରୁଥିବା ସମୟରେ ଅଞ୍ଚଳର ବହୁ ବିଜେଡି ଓ କଂଗ୍ରେସ ଦଳର ବୁଡ଼ାଗୁଡା ,ନାରାୟଣପୁର, ଶିକରପାଇ ଏବଂ କଲ୍ୟାଣସିଂହପୁରର କଦମଦ୍ୱାର ସାହିର ଶତାଧିକ କର୍ମୀମାନେ ବିଜେପିରେ ଯୋଗଦାନ କରିଥିଲେ । ଏହି କର୍ମୀ ମାନଙ୍କୁ ବିଜେପି ଦଳୀୟ ଉପର ଢ଼କଣୀ ଓ ପୁଷ୍ପଗୁଛ ମାଲ୍ୟାର୍ପଣ ପକାଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ପୁଣି ଜନସାଧାରଣ ଅଧିକ ସଂଖ୍ୟାରେ ବିଜେପି ଦଳରେ ସାମିଲ୍ ହେବେ ଓ ବହୁତ ମାତ୍ରା ରେ ଲୋକ ସଭା ଏବଂ ବିଧାନସଭା ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଜିତାଇବେ ଓ ୨୪ ବର୍ଷର ଶାସନ କରିଥିବା ଦୁର୍ନୀତି ଭ୍ରଷ୍ଟାଚାର ଜନବିରୋଧି ସରକାର ଙ୍କୁ ଜନସାଧାରଣ ଠିକ୍ ସମୟରେ ତାହାର ଉଚିତ ଜବାବ୍ ଦେବେ ବୋଲି । ବିଜେପି ଦଳ ତରଫରୁ ଜଣାଯାଇଛି।

 ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ