କ.ନୂଆଗାଁ ବ୍ଲକରେ ନୂତନ କୃଷି ଜିଲ୍ଲା ଅଧିକାରୀଣିଙ୍କ ଯୋଗଦାନ

Apr 10, 2026 - 22:27
 0  4
କ.ନୂଆଗାଁ ବ୍ଲକରେ ନୂତନ କୃଷି ଜିଲ୍ଲା ଅଧିକାରୀଣିଙ୍କ ଯୋଗଦାନ

ତା- ୧୦/୦୪/୨୦୨୬ ଫାଷ୍ଟ୍ ନିୟୁଜ୍ ଓଡ଼ିଶା- କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ ଥିବା କୃଷି ଜିଲ୍ଲା କାର୍ଯ୍ୟାଳୟରେ ନୂତନ କରି ପ୍ରଥମ ଥର ପାଇଁ ଜଣେ ମହିଳା ଡଃ ଶୁଭଶ୍ରୀ ବନ୍ଦିତା କୃଷି ଜିଲ୍ଲା ଅଧିକାରୀ ଭାବେ ଯୋଗ ଦେଇଛନ୍ତି।ସେ ପୂର୍ବରୁ କୋରାପୁଟ ଜିଲ୍ଲା ସେମିଳିଗୁଡାର ସହକାରୀ କୃଷି ନିର୍ଦ୍ଦେଶକ ଓ ମୃତ୍ତିକା ରସାୟନବିତ୍ ଭାବେ କାର୍ଯ୍ୟ କରୁଥିଲେ। ଏଠାକୁ କୃଷି ଜିଲ୍ଲା ଅଧିକାରୀ ଭାବେ ପଦୋନ୍ନତି ପାଇ କାର୍ଯ୍ଯରେ ଯୋଗଦେବା ପରେ ଏଠାରେ ଅତିରିକ୍ତ ଦାୟିତ୍ୱରେ ଥିବା ଗୋଷ୍ଠୀ କୃଷି ଅଧିକାରୀ ବିଭୁପଦ ଦାସଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଥିଲେ।ଉକ୍ତ କୃଷି କାର୍ଯ୍ୟାଳୟ ଅଧୀନରେ ଥିବା ଦାରିଙ୍ଗିବାଡ଼ି ଓ କ.ନୂଆଗାଁ ବ୍ଲକର ସମସ୍ତ କୃଷି କର୍ମଚାରୀ ନୂତନ ଅଧିକାରୀଣିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କୃଷି ଓ କୃଷକଙ୍କ ସଶକ୍ତିକରଣ ପାଇଁ ଗୁରୁତ୍ଵ ଦେବା ସହିତ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହା ସହିତ ଅଞ୍ଚଳର ଖରାଟିଆ ଚାଷ,ମୃତ୍ତିକା ପରୀକ୍ଷା,କୃଷକ ପଞ୍ଜିକରଣ ଓ ଜୈବିକ ସାର ପ୍ରୟୋଗକୁ ଧ୍ୟାନ ଦେବା ପାଇଁ କୃଷକ ମାନଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ପିପିଏ ଦିବାକର ସେଠୀ, ବରିଷ୍ଠ ସହାୟକ ରାଜେଶ କୁମାର ଜେନା ଓ କର୍ମଚାରୀ ଅରୁଣ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ଵାଗତ ଜଣାଇଥିଲେ। 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ