ଓପିଏସ୍‌ସି ଫଳାଫଳ ୧୬ ସ୍ଥାନରେ ମାନସ ରଞ୍ଜନ ବେହେରଦଳେଇ

Dec 28, 2025 - 17:57
 0  1
ଓପିଏସ୍‌ସି ଫଳାଫଳ ୧୬ ସ୍ଥାନରେ ମାନସ ରଞ୍ଜନ ବେହେରଦଳେଇ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ଓପିଏସସି (OPSC) ଭେଟେରିନାରି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ୧୬ ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ମା' ଓ ବାପା ଏବଂ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ସେ ବ୍ରହ୍ମପୁର ସ୍ଥିତ ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ, ପରେ ଖଲ୍ଲିକୋଟ ଜୁନିୟର କଲେଜରେ ସଫଳତାର ଉତ୍ତୀର୍ଣ୍ଣ ହୋଇ ପାଇଛି। କଲେଜ ଅଫ୍ ଭେଟେରିନାରି ସାଇନ୍ସ ଏଣ୍ଡ ଆନିମାଲ୍ ହଜବ୍ୟାଣ୍ଡ୍ରିରେ OUAT, ଭୁବନେଶ୍ବରରେ ଅଧ୍ୟୟନ କରି ଡ଼ିଗ୍ରୀ ହାସଲ କରିଥିଲେ। ଓପି ଏସ ସି ଭେଟେରିନାରି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷାରେ ୧୬ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଈ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ଭାବେ ସରକାରଙ୍କ ଦ୍ବାରା ଦାୟିତ୍ବ ତୁଲାଇବେ। ପ୍ରକାଶ ଯେ, ମାନସଙ୍କ ବାପା ଟୁଟୁ ବେହେରଦଳାଇ ପୋଲଟ୍ରି ପ୍ରସାରଣ ପରିଚାଳକ, CDVO କାର୍ଯ୍ୟାଳୟ ବ୍ରହ୍ମପୁରରେ କାର୍ଯ୍ୟରତ ରହିଥ‌ିବା ବେଳେ ମା ଗୃହଣୀ। ତାଙ୍କର ଏହି ସଫଳତା ପାଇଁ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗ ଓ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁ ଥିବା ଜଣାପଡ଼ିଛି l

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ