।। ଓଡିଶା ଡିଜିଟାଲ ମିଡ଼ିଆ ର ସାଂଗଠନିକ ସମ୍ବର୍ଦ୍ଧନା ସମାବେଶ ।।

Jan 22, 2024 - 13:01
 0  8
।। ଓଡିଶା ଡିଜିଟାଲ ମିଡ଼ିଆ ର ସାଂଗଠନିକ ସମ୍ବର୍ଦ୍ଧନା ସମାବେଶ ।।

ଆଜି ଭୁବନେଶ୍ୱର ଗୀତଗୋବିନ୍ଦ ସଭାଗୃହ ଠାରେ ଓଡିଶା ଡିଜିଟାଲ ମିଡ଼ିଆ ର ସାଙ୍ଗଠନିକ ସମ୍ବର୍ଦ୍ଧନା ସମାବେଶ ସଂସ୍ଥା ର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ସତ୍ୟଜିତ ମହାପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଛି l ମୁଖ୍ୟତଃ ଓଡିଶା ଚତୃର୍ଥ ସ୍ତମ୍ବ ସତ୍ୟ ମେବ ଜୟତେ ସତ୍ୟ ର ପ୍ରକାଶ କରିବା ପାଇଁ ଗଣ ମାଧ୍ୟମ ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା l କିଭଳି ସମ୍ପାଦକ ମାନେ ସୁରକ୍ଷିତ ଭାବେ କାର୍ଯ୍ୟ କରିବେ ଏବଂ ଡିଜିଟାଲ ମିଡ଼ିଆ ର ସାମ୍ବାଦିକ ମାନେ ମର୍ଯ୍ୟାଦାର ସହ କାମ କରିବେ ସେ ନେଇ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ଡିଜିଟାଲ ମିଡ଼ିଆ ବହୁ ଆଗରେ ରହିବ ବୋଲି ବିଧାୟକ ପ୍ରିୟ ଦର୍ଶନୀ ମିଶ୍ର ତାଙ୍କ ଅଭିଭାଷଣ ରେ ଜଣାଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିଧାୟକ ସୁରେଶ ରାଉତରାୟ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟନାୟକ ବରିଷ୍ଠ ସାମ୍ବାଦିକ ରବି ଦାସ ଓଡିଶା ଡିଜିଟାଲ ମିଡ଼ିଆ ର ଅଧକ୍ଷ ଗିରିଜା ଶଙ୍କର ଦାସ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ ଶେଷରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଓଡିଶା ର ସବୁ ଜିଲ୍ଲା ର ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନଙ୍କୁ ସମ୍ବଦିତ କରାଯାଇଥିଲା l ଦକ୍ଷିଣ ଓଡିଶା ର ଦାୟିତ୍ୱ ରେ ଥିବା ଡିଜିଟାଲ ମିଡ଼ିଆ ର ଉପ ସଭାପତି ତୁଳସୀ ବେହେରା ଙ୍କ ନେତୃତ୍ୱ ରେ ଦକ୍ଷିଣ ଓଡିଶା କୋରାପୁଟ ଜିଲ୍ଲା ର ସଚିବ ଭଗବତୀ ଆଚାରୀ ଉପ ସଚିବ ସୀମାଦ୍ରୀ ଶ୍ରୀନିବାସ ରାଓ ରାୟଗଡା ଜିଲ୍ଲା ସଚିବ ଝୁଲା ପଟନାୟିକ ଉପ ସଚିବ ଖଗେଶ୍ୱର ସିଂ ଗଜପତି ଜିଲ୍ଲା ସଚିବ କୃଷ୍ଣ ବେହେରା ମାଲକାନଗିରି ସଚିବ ଜିଲ୍ଲା ସଚିବ M. D. ଶରତ ଖାନ ଉପ ସଚିବ ଲଷ୍ମୀକାନ୍ତ ତ୍ରିପାଠୀ ସଂମ୍ମlନିତ ହୋଇଛନ୍ତି l

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ