ଓଡ଼ିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ଜିଲ୍ଲା ସଂଘର ନିର୍ବାଚନ ବିକାଶ ସଭାପତି ଏବଂ ସୁରଜ ସମ୍ପାଦକ ନିର୍ବାଚିତ

Dec 16, 2025 - 20:14
 0  7
ଓଡ଼ିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ଜିଲ୍ଲା ସଂଘର ନିର୍ବାଚନ ବିକାଶ ସଭାପତି ଏବଂ ସୁରଜ ସମ୍ପାଦକ ନିର୍ବାଚିତ

ବାରିପଦା ତା 16/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଓଡ଼ିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ସଙ୍ଘ ମୟୁରଭଞ୍ଜ ଜିଲ୍ଲା ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତାଙ୍କ ନାମ ନିର୍ବାଚନ ଅଧିକାରୀ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ଘୋଷଣା କରିଛନ୍ତି. ନିର୍ବାଚନରେ ସଭାପତି ଭାବରେ ବିକାଶ କୁମାର ବାରିକ, ୨୯୭ ଭୋଟ ବ୍ୟବଧାନରେ ପ୍ରମୋଦ କୁମାର ଦାସଙ୍କ ଠାରୁ ବିଜୟୀ ହୋଇଛନ୍ତି. ସେହିପରି ଉପସଭାପତି ଭାବରେ ନିର୍ମଳ ମହାନ୍ତ, ୪୯୦ ଭୋଟ ବ୍ୟବଧାନରେ ରୁପଶ୍ରୀ ବେହେରା ଙ୍କ ଠାରୁ, ସମ୍ପାଦକ ଭାବରେ ସୁରଜ କୁମାର ରାଜ, ୨୨୧ ଭୋଟ ବ୍ୟବଧାନରେ ଗୌତମ ସେନଙ୍କ ଠାରୁ, ସହ ସମ୍ପାଦକ ଭାବରେ ପ୍ରଫୁଲ୍ଲ କୁମାର ସର୍ଦ୍ଦାର ୨୦୭ ଭୋଟ ବ୍ୟବଧାନରେ ଝିଲ୍ଲିମଣି ମହାନ୍ତ ଙ୍କ ଠାରୁ, ଅନ୍ୟତମ ସହ ସମ୍ପାଦକ ଚନ୍ଦ୍ରକାନ୍ତି ସାହୁ, ୨୯୫ ଭୋଟ ବ୍ୟବଧାନରେ ବିକ୍ରମାଦିତ୍ୟ ରାଉତଙ୍କ ଠାରୁ, କୋଷାଧ୍ୟକ୍ଷ ଭାବରେ ଭୀମସେନ ମହାନ୍ତ, ୩୭୧ ଭୋଟ ବ୍ୟବଧାନରେ ବିଜୟ କୁମାର ଲେଙ୍କାଙ୍କ ଠାରୁ ବିଜୟ ଲାଭ କରିଥିବା ବେଳେ କାର୍ଯ୍ୟକାରୀ ସଭ୍ୟ ଭାବରେ ଦେବିଲାଲ ଟୁଡୁ, ଗୋବିନ୍ଦ ଚନ୍ଦ୍ର ଭଟ୍ଟ, ରୁହିଦାସ ମୁର୍ମୁ, ଅଭିରାମ ବେହେରା ଏବଂ କିରଣ କୁମାର ସାଥୁଆ ନିର୍ବାଚିତ ହୋଇଛନ୍ତି. ନିର୍ବାଚନରେ ରିଟର୍ଣିଂ ଅଫିସର ଭାବରେ ଏଡିସନାଲ ଏସପି ସବିତା ମାଝୀ ନିର୍ବାଚନ ପରିଚାଳନା କରିଥିବା ବେଳେ ଚିଫ ଇଲେକ୍ସନ ଅଫିସର ଭାବରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ଙ୍କ ତ୍ତ୍ଵବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ