।। ଓକିଲ ସଂଘର ନିର୍ବାଚନ ପଳାଫଳରେ ସମସ୍ତ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ।।

ନୂଆପଡ଼ା ଜିଲା ଓକିଲ ସଂଘର କାର୍ଯ୍ୟକାର୍ତ୍ତା ନିର୍ବାଚନ ସମାପ୍ତ ହୋଇଯାଇଛି । ନିର୍ବାଚନରେ ସମସ୍ତ ପଦାଧିକାରୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ନୂଆପଡ଼ା ଓକିଲ ସଂଘର ସମସ୍ତ ପଦାଧିକାରୀ ନିଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଥିବାରୁ ଓକିଲ ସଂଘରେ ଖୁସିର ଲହରି ଖେଳିଯାଇଛି । ଓକିଲ ସଂଘ ସଭାପତି ଭାବେ କ୍ଷୀତିଶ ଅଶୋକ ବୋଧନକର ନିର୍ବାଚିତ ହୋଇଛନ୍ତି, ସାଧାରଣ ସମ୍ପାଦକ ପଦରେ ପୁରୁଷୋତ୍ତମ ସୋନୀ ଓ ଅଶ୍ୱନୀ ବାଗଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ରହିଥିଲା l ହେଲେ ଅଶ୍ୱନୀ ବାଗ ନାମାଙ୍କନ ପ୍ରତ୍ୟାହାର କରିଦେବାରୁ ପୁରୁଷୋତ୍ତମ ସୋନୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି l ଉପ ସଭାପତି ପଦରେ ପୂର୍ବତନ ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ବାଇଁ ଓ ଚନ୍ଦ୍ରହାସ ସାହୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ରହିଥିଲା । ଶେଷ ମୁହୂର୍ତ୍ତରେ ଚନ୍ଦ୍ରହାସ ନିର୍ବାଚନରୁ ଓହରୀ ଯିବାରୁ ପ୍ରକାଶ ଚନ୍ଦ୍ର ସାହୁ ନିର୍ଦ୍ଦନ୍ଦ୍ବରେ ଉପ ସଭାପତି ନିର୍ବାଚିତ ହୋଇଛନ୍ତି । ସହ ସମ୍ପାଦକ ଭାବେ ଅଜୟ ଶର୍ମା, କୋଷାଧ୍ୟକ୍ଷ ଯୋଗେଶ ସାହୁ, ସାଧାରଣ ପରିଷଦ ସଭ୍ୟ ଭାବେ ଅଶୋକ ଦେୱାଙ୍ଗନ, କମଲେଶ ଦୀକ୍ଷିତ, ନାରାୟଣ ପ୍ରସାଦ ଯୋଶୀ, ପ୍ରକାଶ ସେନାପତି, ସୁଧ ସୂପକାର ପ୍ରମୁଖ ନିର୍ବ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






