ଏମ.ବି.ମଲ ର ଶୁଭାରମ୍ଭ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Dec 3, 2024 - 20:46
 0  39
ଏମ.ବି.ମଲ ର ଶୁଭାରମ୍ଭ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ନୂଆପଡା : ନୂଆପଡା ଜ଼ିଲ୍ଲାର ଖରିଆର ରୋଡ ହେଉଛି ଏକ ବାଣିଜ୍ୟକ ସହର ଏହି ସହରରେ ଅନେକ ଦୋକାନ ବଜାର ସହ ସଫିଙ୍ଗ ମଲ ଦେଖୀବାକୁ ମିଳିଥାଏ l ଏହି ପରିପ୍ରେକ୍ଷୀରେ ଏମ.ବି.ମଲ ଠାରେ ସତପାଲ ସିଂ ଗୁରୁଦତ୍ତା ଏବଂ ଦଲଜିତ ସିଂ ଗୁରୁଦତ୍ତାଙ୍କ ତତ୍ଵାଧାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମିଳନୀରେ ଏମ.ବି.ମଲର ସଂଚାଳକ ସୂଚନା ଦେଇ କହିଛନ୍ତି ଯେ ସଫିଙ୍ଗ ମଲରେ ଅନେକ ପ୍ରକାରର ଗ୍ରୋସେରୀ ସାମଗ୍ରୀ, ରେଡ଼ିମେଡ଼ ଜିନ୍ସ ଯଥା ବ୍ରାଣ୍ଡେଡ କମ୍ପାନୀର ଜିନ୍ସ, ଟି ସାର୍ଟ ଏବଂ ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଖାଦ୍ୟ ପେୟର ବ୍ୟବସ୍ଥା ରହିଥିବାବେଳେ 3ଗୋଟି ସିନେମା ହଲ ରହିଛି ଯାହାର 420 ସିଟ ରହିଥିବାବେଳେ ପ୍ରତିଦିନ 4ର ଟି ସୋ ଦେଖିବାକୁ ମିଳିବ ଦୂର ଦୂରଦରାନ୍ତରୁ ଲୋକଙ୍କ ଭିଡ ଦେଖିବାକୁ ମିଳିବା ସହ ସଫିଙ୍ଗ ମଲ ରେ ଆସି ଗୋଟିଏ ଛାତ ତଳେ ସମସ୍ତ ପ୍ରକାରର ସଫିଙ୍ଗ କରିପାରିବେବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଏମ.ବି.ମଲର ସଂଚାଳକ ସତପାଲ ସିଂ ଗୁରୁଦତ୍ତା କହିଛନ୍ତି l ଏହି ସଫିଙ୍ଗ ମଲ ଟି ଆମ ଅଜା ସ୍ବର୍ଗୀୟ ମହେନ୍ଦ୍ର ସିଂ ଗୁରୁଦତ୍ତାଙ୍କ ସ୍ମୃତିରେ କରାଯାଇଛି ଆମ ଆଇ ବଲବୀର ସିଂ ଗୁରୁଦତ୍ତା ବହୁ ଦିନର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି ବୋଲି କହିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଏମ.ବି.ମଲ ର ସଂଚାଳକ ସତପାଲ ସିଂ ଗୁରୁଦତ୍ତା, ଦଲଜିତ ସିଂ ଗୁରୁଦତ୍ତା, ଗୁରୁବେଜ ସିଂ ଗୁରୁଦତ୍ତା, ଆମର ଜିତ ସିଂ ଗୁରୁଦତ୍ତା, କୁଲଵନ୍ତ ସିଂ ଗୁରୁଦତ୍ତା, ସତନ୍ତର ସିଂ ଗୁରୁଦତ୍ତା, ଅନିଷପାଲ ସିଂ ଗୁରୁଦତ୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ