।।ଉପାନ୍ତ ଅଞ୍ଚଳରେ ଫେଲ୍ ମାରିଛି ଯୋଜନା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ।।

Sep 3, 2023 - 13:17
 0  29
।।ଉପାନ୍ତ ଅଞ୍ଚଳରେ  ଫେଲ୍ ମାରିଛି ଯୋଜନା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ।।

ସରକାର ଯୋଜନା ଉପରେ ଯୋଜନା କରୁଛି ହେଲେ ଉପାନ୍ତ ଅଞ୍ଚଳରେ ଫେଲ ମାରିଛି ସବୁ ଯୋଜନା। ହ ଆଜ୍ଞା ଆସନ୍ତୁ ଦେଖିବା ଗ୍ରାଉଣ୍ଡ ଜିରୋ ରିପୋର୍ଟ୍ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହେଉଛି ଗୋଟେ ଦାଦନ ପ୍ରବଣ ଅଞ୍ଚଳ। ବିଗତ ଦିନରେ ଏହି ଅଞ୍ଚଲରେ ମାଓବାଦୀ ମାନଙ୍କର ଗତିବିଧି ମଧ୍ୟ ଦେଖବାକୁ ମିଲୁଥିଲା। ଏହି ଅଞ୍ଚଳର ଲୋକମାନେ ଚାଷ ଉପରେ ନିର୍ଭର କରିଆସୁଛନ୍ତି। ସରକାର ଭିନ୍ନ ଭିନ୍ନ ଯୋଜନା କରୁଛନ୍ତି ସତ ହେଲେ ପହଞ୍ଚି ପାରୁ ନାହିଁ । ଖବର ପାଇଲା ପରେ ଆମେ ପହଚିଁଥିଲୁ ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ର ବଡକେନ୍ଦୁ ଓ ଅର୍ଜନି ଗାଁରେ।। ଗ୍ରାଉଣ୍ଡ ଲେବଲ ରେ ଆମେ ଯାହା ଦେଖଲୁ ନା ଅଛି ରାସ୍ତାଘାଟ, ନା ଅଛି ସ୍ବାସ୍ଥ୍ୟସେବା, ପାନୀୟ ଜଳ ବ୍ୟବସ୍ତା ସବୁଥିରୁ ବଞ୍ଚିତ ଅଛନ୍ତି ଏହି ଦୁଇ ଗ୍ରାମବାସୀ। ଚାଉଳ ଆଉ ଭତ୍ତା ଆଣିବା ପାଇଁ ହେଲେ ୫ କିଲୋମିଟ ପଞ୍ଚାୟତ ଅଫିସ ଜିବାକୁ ହେଲେ ଦୁଇ ନାଲା ପାର କି ଯିବାକୁ ପଡେ। ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲ କୁ ଯିବାକୁ ହେଲେ ମଧ୍ୟ ସେହି ଦୁଇ ନାଳା ପାର କରିବାକୁ ହୋଇଥାଏ ସେଥି ପାଇଁ ଅବିଭାବକ ମାନେ ଛୁଆ ମାନଙ୍କୁ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ର ଯିବାକୁ ଭୟଭୀତ ହୋଇ ବର୍ଷା ଦିନେ ବନ୍ଦ୍ କରିଦିଅନ୍ତି। ନେତା ମନ୍ତ୍ରୀ ଠାରୁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଲୋକଙ୍କର ଦାବି ହେଉଛି ତାଙ୍କର ଗାଁକୁ ରାସ୍ତା ଆଉ ଯେଉ ନାଲା ପଡୁଛି ସେହି ନାଲାକୁ ଗୋଟେ ବ୍ରିଜ ନିର୍ମାଣ କରି, ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ପାନୀୟ ଜଳର ବ୍ୟବସ୍ଥା କଲେ ଆମେଉପକୃତ ହେବୁ ବୋଲି ଗୁହାରି କରିଛନ୍ତି। ଏ ବିଷୟରେ ଆମେ ପ୍ରତିକ୍ରିୟା ନେବାକୁ ତୁରେକେଲା ବିଡ଼ିଓ ଙ୍କୁ ଯୋଗାଯୋଗ କରିଥିଲୁ ହେଲେ ବିଡିଓ ମହାଶୟ କୌଣସି ପ୍ରତିକ୍ରିୟା ଦେବାକୁ ମନାକରି ଦେଇଥିଲେ। ଏବେ ଦେଖବାକୁ ବାକି ରହିଲା ଏମାନଙ୍କ ଦୁଃଖ କେବେ ଶୁଣୁଛି ପ୍ରଶାସନ।

ତୁରେକେଲା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ