ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ମହିଳା ଫୁଟବଲ ମ୍ୟାଚ ରେ ବରଗଡ଼ ବିଜୟୀ
କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଆକର୍ଷଣୀୟ ମହିଳା ଫୁଟବଲ ମ୍ୟାଚ ବରଗଡ଼ ବନାମ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇ ଏଥିରେ ବରଗଡ ୧-୦ ଗୋଲ ରେ ଭୁବନେଶ୍ୱର କୁ ପରାସ୍ତ କରିଥିଲେ l ବରଗଡ ମହିଳା ଦଳର ଭାବନା ନାଗ ଏହି ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଭୁବନେଶ୍ୱର ଦଳ ର ସବିତା ମହନ୍ତ ଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଘୋଷଣା କରାଯାଇଥିଲା l ଏଥିରେ ଅତିଥି ଭାବେ ବିଜେଡି ର ଜିଲ୍ଲା ଉପସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ, ଉପଦେଷ୍ଟା ଶେଖ ସାଦିକ, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳକୁ ଉଦଘାଟନ କରିଥିଲେ l ଆଜିର ଏହି ଉତ୍ସବ ରେ ଟୁନା ଦାସ ଯୋଗ ଦେଇ ଏହି ପଡ଼ିଆରେ ୨ ଟି ଖେଳାଳି ବିଶ୍ରାମ କକ୍ଷ ,ମୁଖ୍ୟ ପ୍ରବେଶ ଦ୍ଵାର ନିର୍ମାଣ ପାଇଁ ଅନୁଦାନ ର ବ୍ୟବସ୍ଥା କରିବା ସହ ବିଧାୟକ ଙ୍କ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ର ଅନୁଦାନ ପ୍ରଦାନ ଦାୟିତ୍ଵ ନେବେ ବୋଲି ଘୋଷଣା କରିଥିଲେ। ଏହି ପ୍ରତିଯୋଗିତା ଆୟୋଜନ ନିମନ୍ତେ ୧ ଲକ୍ଷ ଟଙ୍କା ପ୍ରଦାନ ମଧ୍ୟ କରିଥିଲେ l ମଙ୍ଗଳବାର ର ଏହି ଖେଳ କୁ ମୁଖ୍ୟ ମହିଳା ରେଫେରୀ ଭାବେ ପିଙ୍କି ହଂସ, କାମାକ୍ଷା ପ୍ରସାଦ ପ୍ରଧାନ ଓ ବିଷ୍ଣୁ ପ୍ରସାଦ କହଁର ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ୧୧ ତାରିଖ ଦିନ ଫାଇନାଲ ଖେଳ ତଥା ଉଦଯାପନୀ ଦିବସରେ ସମ୍ବଲପୁର ସହ ଫୁଲବାଣୀ ମଧ୍ୟରେ କଡା ମୁକାବିଲା ହେବା ସହ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସୁଜିତ କୁମାର ପାଳ, ଏ. ଶ୍ରୀନିବାସ ଦୋରା ତଥା କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0