ଉନ୍ମୋଚନ ହେଲା ମାଲ୍ୟବନ୍ତ ମହୋତ୍ସବ ପ୍ରମୋ ସଙ୍ଗୀତ

Jan 29, 2026 - 21:39
 0  39
ଉନ୍ମୋଚନ ହେଲା ମାଲ୍ୟବନ୍ତ ମହୋତ୍ସବ ପ୍ରମୋ ସଙ୍ଗୀତ

ମାଲକାନଗିରି, ୨୯/୧/୨୬: ଆଜି ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ମାଲ୍ୟବନ୍ତ ମହୋତ୍ସବ ପ୍ରମୋ ସଙ୍ଗୀତକୁ ଉନ୍ମୋଚନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଏହି ସଙ୍ଗୀତକୁ ଉନ୍ମୋଚନ କରି ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଘେନୁ ମୁଦୁଲି, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଓ ବିଧାୟକ ପ୍ରତିନିଧି ମାଣିକଲାଲ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଆସନ୍ତା ୧ ରୁ ୫ ଫେବୃଆରି ମଧ୍ୟରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଆୟୋଜନ ହେଉଛି। ଏଥିରେ ରାଜ୍ୟର ସ୍ୱନାମଧନ୍ୟ କଳାକାର ଓ ବଲିଉଡ୍ ର କଳାକାର ଙ୍କୁ ନିମନ୍ତ୍ରଣ କରାଯାଇଛି । ଆବଳ ବୃଦ୍ଧ ବନିତା ଏହି ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେଇ ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ୍ ଜଣାଇଛନ୍ତି। ସେହିପରି ଆସନ୍ତା ୩୧ ରେ ସତିଗୁଡ଼ା ଜଳ ଭଣ୍ଡାର ଠାରେ ହେବାକୁ ଥିବା ନୌକା ଚାଳନା ପ୍ରତିଯୋଗୀତା ରେ ମଧ୍ଯ ବହୁ ସଂଖ୍ୟାରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବିନାଶ ମିଶ୍ର ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଏହି ସଙ୍ଗୀତ ପ୍ରସ୍ତୁତିରେ ଭାଗ ନେଇଥିବା ସମସ୍ତ କଳାକାର ଓ ବୈଷୟିକ ଟିମ୍ ଏଥିରେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ